ଭୁବନେଶ୍ୱର ୨୮ / ୧୧ : ନଭେମ୍ବର ୨୯ରୁ ଡିସେମ୍ବର ୨୩ ତାରିଖ ପର୍ଯ୍ୟନ୍ତ ଚାଲିବ ସଂସଦ ଶୀତ କାଳୀନ ଅଧିବେଶନ । ଏନେଇ ଆଜି ସର୍ବଦଳୀୟ ବୈଠକ ଅନୁଷ୍ଠିତ ହେବ । ଏହି ବୈଠକରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ରମୋଦି ଙ୍କ ସହ ଅନ୍ୟ ଦଳର ବରିଷ୍ଠ ନେତା ଯୋଗ ଦେବେ । ତେବେ ସଂସଦର ଚଳିତ ଅଧିବେଶନରେ ବିଭିନ ଗୁରୁତ୍ୱ ପୂର୍ଣ୍ଣ କୁ ନେଇ ବିଲ ପାରିତ କରିବା ପାଇଁ ପ୍ରୟାସ କରିବେ ପ୍ରଧାନ ମନ୍ତ୍ରୀ ମୋଦି । ସେପଟେ କୃଷି ଆଇନ ପ୍ରତ୍ୟାହାର ନିଷ୍ପତି ପରେ ମଧ୍ୟ ଚାଷୀ ଆନ୍ଦୋଳନ ଜାରି ରଖିଛନ୍ତି । ଅନ୍ୟପଟେ ଦରବୃଦ୍ଧି ଓ ଚାଷୀ ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରିବେ ବିରୋଧୀ ।

ମୁଖ୍ୟତଃ ବିରୋଧୀ କଂଗ୍ରେସ ୧୫ ରୁ ୧୬ ଟି ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରିବ ବୋଲି ସୂଚନା ଦେଇଛି । ତେବେ ଅଧିବେଶନର ପ୍ରଥମ ଦିନରେ ତିନି କୃଷି ଆଇନ ପ୍ରତ୍ୟାହାର ନେଇ ଆରମ୍ଭ ହେବ ପ୍ରକ୍ରିୟା ।