raman

ନୂଆଦିଲ୍ଲୀ ୦୫ / ୧୨: ସବୁ ମାମଲାରେ ଅଦାଲତକୁ ଆସିବା ବୁଦ୍ଧିମାନର କାର୍ଯ୍ୟ ନୁହେଁ ବୋଲି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଏନ୍‌.ଭି.ରମନା କହିଛନ୍ତି । କେଣସି ସମସ୍ୟାର ସମାଧାନ ପାଇଁ ଅଦାଲତକୁ ଶେଷ ଅସ୍ତ୍ରଭାବେ ପ୍ରୟୋଗ କରିବାକୁ ସେ ପରାମର୍ଶ ଦେଇଛନ୍ତି । ଶନିବାର ହାଇଦ୍ରାବାଦଠାରେ ଏକ ସମ୍ମିଳନୀକୁ ସମ୍ବୋଧିତ କରିବା ଅବସରରେ ଜଷ୍ଟିସ ରମନା କହିଛନ୍ତି ଯେ ପ୍ରତ୍ୟେକ ଲୋକ ଏହି ପ୍ରସଙ୍ଗରେ ‘ମହାଭାରତ’କୁ ଅନୁସରଣ କରିବା ଉଚିତ ।

କୌରବ ଓ ପାଣ୍ଡବଙ୍କ ମଧ୍ୟରେ ଉପୁଜିଥିବା ସମସ୍ୟାର ସମାଧାନ ପାଇଁ ଭଗବାନ ଶ୍ରୀକୃଷ୍ଣ ସର୍ବଦା ଉଦ୍ୟମ କରୁଥିଲେ । ନିଜର ୪୦ ବର୍ଷର ଆଇନ ପେସାର ଅଭିଜ୍ଞତାକୁ ଆଧାର କରି ଜଷ୍ଟିସ ରମନା ଆହୁରି କହିଛନ୍ତି ଯେ ଅଦାଲତକୁ ଆସିବା ପୂର୍ବରୁ ପ୍ରତ୍ୟେକ ବ୍ୟକ୍ତି ବିକଳ୍ପ ରାସ୍ତା ଖୋଜିବା ଉଚିତ । ଯଦି କୌଣସି ବ୍ୟକ୍ତି ସଠିକ୍ ମାନସିକତା ଅବଲମ୍ବନ କରିବେ, ତାହାହେଲେ ସବୁ ସମସ୍ୟାର ଆପୋଷ ସମାଧାନ ହୋଇପାରିବ । ଅପରପକ୍ଷରେ ଯଦି ଥରେ ମାମଲା ଅଦାଲତରେ ପହଞ୍ଚିବ, ତାହାହେଲେ ଏହା କ୍ରମଶଃ ଜଟିଳ ହୋଇଚାଲିବ ବୋଲି ସେ କହିଛନ୍ତି ।