ସମ୍ବଲପୁର ୨୭-୯-୨୦୨୧:- କେନ୍ଦ୍ର ସରକାର ଙ୍କ କୄଷି ଆଇନ କୁ ବିରୋଧ କରି ଆଜି ସଂଯୁକ୍ତ କିଷାନ ମୋର୍ଚ୍ଚା ଡାକରା ରେ ଦିଆଯାଇଥିବା ଭାରତ ବନ୍ଦ ର ପ୍ରଭାବ ସମ୍ବଲପୁର ରେ ମଧ୍ୟ ଦେଖିବାକୁ ମିଲିଥିଲା । ବନ୍ଦ ପାଲନ ପରିପ୍ରେକ୍ଷୀରେ ସମ୍ବଲପୁର ଜିଲ୍ଲା କୄଷକ ସୁରକ୍ଷା ସଂଗଠନ ସମେତ ବିଭିନ୍ନ କେନ୍ଦ୍ରୀୟ ଶ୍ରମିକ ସଂଗଠନ ପକ୍ଷରୁ ମିଲିତ ଭାବରେ ପିକେଟିଂ କରାଯାଇ ବନ୍ଦ ପାଲନ କରାଯାଉଛି । ସମ୍ବଲପୁର ସହରର ମୁଖ୍ୟ ରାସ୍ତାରେ ଥିବା ସବୁ ଦୋକ ବଜାର ବନ୍ଦ ରହିଥିବା ବେଳେ ବନ୍ଦ ପାଲନକାରୀ ମାନେ ଏକ ବାଇକ ସୋଭାଯାତ୍ରାରେ ଯାଇ ପିକେଟିଂ କରି ବନ୍ଦ କୁ ସଫଳ କରିବାକୁ ପ୍ରୟାସ କରିଛନ୍ତି । ତେବେ ସମ୍ବଲପୁର ଠାରେ ଚାଷୀ ସଂଗଠନ ଭାରତ ବନ୍ଦ ପାଲନ ପରିପ୍ରେକ୍ଷୀରେ ସମ୍ବଲପୁର RMC ଛକ ଠାରେ ମୁମ୍ବାଇ କୋଲକାତା ଜାତୀୟ ରାଜପଥ କୁ ତିନି ଘଣ୍ଟା ପର୍ଯ୍ୟନ୍ତ ଅବରୋଧ କରାଯାଇଛି । ଏଥିସହିତ ସମ୍ବଲପୁର ଜିଲ୍ଲାର କୃଷକ ସୁରକ୍ଷା ସଂଗଠନ ଓ ପଶ୍ଚିମ ଓଡ଼ିଶା କୃଷକ ସଂଗଠନ ତରଫରୁ ସବୁ ସରକାରୀ କାର୍ଯ୍ୟାଳୟ ବାହାରେ ପିକେଟିଂ କରାଯାଇ ବନ୍ଦ ପାଲନ କରାଯାଇଛି । ଆଗାମୀ ଦିନରେ କେନ୍ଦ୍ର ସରକାର ଲାଗୁ କରିବା ପାଇଁ ଯାଉଥିବା ତିନୋଟି ନୂତନ କୄଷି ଆଇନ କୁ ପ୍ରତ୍ୟାହାର ନକଲେ ଦୁର୍ବାର ଆନ୍ଦୋଳନ କରିବାକୁ ଚାଷୀ ସଂଗଠନ ଓ ଶ୍ରମିକ ସଂଗଠନ ପକ୍ଷରୁ ଚେତାବନୀ ଦିଆଯାଇଛି ।

Leave a Reply

Your email address will not be published. Required fields are marked *