ବଲାଙ୍ଗୀର ତା – ୩୧ /୧୦/୨୧:- ସର୍ଦ୍ଦାର ବର୍ଲବଭାଇ ପଟେଲ ଜୟନ୍ତୀ ଓ ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ବଲାଙ୍ଗିର CRPF 189 BN ଦ୍ଵାରା ଶାନ୍ତିପଡ଼ା CRPF କ୍ୟାମ୍ପ ରୁ କଲେକ୍ଟର କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ ଗଣଦୌଡ଼ ଆୟୋଜିତ ହୋଇଥିଲା । ଏଥିରେ CRPF Commanded ଶ୍ରୀ ପବନ କୁମାର ତିୱାରି ସବୁଜ ପତାକା ଦେଖାଇ ଶୁଭଆରମ୍ଭ କରିଥିଲେ। ଏହି କାର୍ଯ୍ୟକ୍ରମରେ CRPF ଜୱାନ୍ ଓ ବଲାଙ୍ଗୀର ସ୍ବେଚ୍ଛାସେବୀ ସଂଗଠନ ର ସଦସ୍ୟ ମାନେ ଗଣଦୌଡ଼ କାର୍ଯ୍ୟକ୍ରମରେ ଯୋଗଦାନ ଦେଇଥିଲେ।
ସର୍ଦ୍ଦାର ବର୍ଲବଭାଇ ପଟେଲ ଓ ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଗଣଦୌଡ଼ କାର୍ଯ୍ୟକ୍ରମକୁ ଆମନ୍ତ୍ରଣ କରିଥିବାରୁ ବଲାଙ୍ଗୀର ସ୍ଵେଚ୍ଛାସେବୀ ସଙ୍ଗଠନ CRPF ଯବାନ ମାନଙ୍କୁ ଧନ୍ୟବାଦ୍ ଜଣାଇଥିଲେ।

Leave a Reply

Your email address will not be published. Required fields are marked *