ସିନାପାଲି:୦୩/୦୭-ନିପ୍ର :ନୂଆପଡ଼ା ଜିଲ୍ଲାର ଅନ୍ଯତମ ଅଗ୍ରଣୀ ସାହିତ୍ଯ ଅନୁଷ୍ଠାନ ଗଙ୍ଗାଧର ସାରସ୍ୱତ ସମିତି ତରଫରୁ ସାହିତ୍ଯ ଆସର ଅନୁଷ୍ଠିତ ହୋଇଛି l ପ୍ରାବନ୍ଧିକ ରବିଂଦ୍ରନାଥ ଯୋଷୀଙ୍କ ଅଧ୍ଯକ୍ଷତାରେ ସ୍ଥାନୀୟ ହାଇସ୍କୁଲ ପରିସରରେ ଅନୁଷ୍ଠିତ ଏହି ଆସରରେ ଅତିଥି ଭାବରେ ଅବସର ପ୍ରାପ୍ତ କଲେଜ ଅଧ୍ଯକ୍ଷ ଲମ୍ବୋଦର ମେହେର, ବରିଷ୍ଠ କବି ମୂରଲୀଧର ସା, ବିଜୟ କୁମାର ଯୋଷୀ ଓ ସମିତିର ସଭାପତି ବୈଷ୍ଣବ ମେହେର ମଂଚାସୀନ ଥିଲେ l ଏ ଅବସରରେ ସାହିତ୍ଯର ବିକାଶକୁ ନେଇ ଆଲୋଚନା କରାଯିବା ସହ ଉପସ୍ଥିତ କବି କବୟିତ୍ରୀ ସ୍ୱରଚିତ କବିତା ପାଠ କରିଥିଲେ l କବିତା ଆସରକୁ ଅଧ୍ଯାପକ ଧୃବଚରଣ ପଧାନ ସଂଯୋଜନା କରିଥିଲେ l ପ୍ରାରମ୍ଭରେ ପରେଶନାଥ ପାଣିଗ୍ରାହୀ ସମସ୍ତଙ୍କୁ ସ୍ବାଗତ କରିବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ l ଆସରରେ ମୋହନ ଚରଣ ଦାସ, ନିକୁଞ୍ଜବିହାରୀ ସା, ଲିପିପୁଷ୍ପା ନାୟକ, ବବିତା ମେହେର, ଶିବପ୍ରସାଦ ମେହେର, ଗୌତମ ମେହେର, କମଲଜୀତ ବୈକାର, ଚୂଡ଼ାମଣି ମେହେର, ଯଶୋବନ୍ତ ସା, ପ୍ରେମାନନ୍ଦ ମେହେର, ହରେକୃଷ୍ଣ ମେହେର, ବଂଶୀଧର ଜଗତ, ତରୁଣ କୁମାର ମେହେର, ପ୍ରମୁଖ ଆଲୋଚନାରେ ଭାଗ ନେବା ସହ ସ୍ବରଚିତ କବିତା ପାଠ କରିଥିଲେ l ଶେଷରେ ପ୍ରଦ୍ଯୁମ୍ନ କୁମାର ସିଂହ ଚିନ୍ଦା ଧନ୍ଯବାଦ ଦେଇଥିଲେ l ସିନାପାଲି ରୁ ଅଜିତ କୁମାର ଯୋଶୀ ଙ୍କ ରିପୋର୍ଟ ନିର୍ଭୟ ସୂଚନା