ସିନାପାଲି: ୨୫/୧୧ନିପ୍ର ନୂଆପଡ଼ା ଜିଲ୍ଲା ସିନାପାଲି ଥାନା ପରିସରରେ ବ୍ୟଣ୍ଟ ମିଣ୍ଟନ କୋର୍ଟ ଉଦଘାଟିତ ହୋଇଯାଇଛି। ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଶୀତ ଋତୁ ଆରମ୍ଭ ହୋଇଯାଇଥିବା ବେଲେ ଏହି ଖେଳର ସ୍ୱତନ୍ତ୍ର କୁ ନେଇ ଚଳିତ ବର୍ଷ ମଧ୍ୟ କୋର୍ଟ ଉଦଘାଟିତ ହୋଇଛି। ଅଞ୍ଚଳରେ ଖେଳର ବିକାଶ, ଶାରିରୀକ, ବୌଦ୍ଧିକ ଓ ଅଞ୍ଚଳର ଜନସାଧାରଣ ମାନଙ୍କ ମଧ୍ୟରେ ପୋଲିସ ର ସୁସମ୍ପର୍କ ସ୍ଥାପନାସାଙ୍ଗକୁ ଆଦାନ ପ୍ରଦାନ ର ଏକ ଭାବ ବିନିମୟ ର ମାଧ୍ୟମ ହେଉଛି ଏହି ଖେଳର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଉପସ୍ଥିତ ଅଥିତି ମାନେ ପ୍ରକାଶ କରିଥଲ। ଏହି ପରମ୍ପରା ସିନାପାଲି ଥାନାରେ ରହିଛି ଆଗକୁ ମଧ୍ୟା ରହିବ ଓ ଅଞ୍ଚଳରେ ଖେଳାଳୀ ମାନଙ୍କୁ ଉତ୍ସାହିତ କରିବା ନେଇ ଚଳିତ ବର୍ଷ ମଧ୍ୟ ଆରମ୍ଭ ହେଵ। ଏଥିପାଇଁ ଚୁଡାନ୍ତ ହୋଇ ଶୁଭ ଉଦଘାଟିତ ହୋଇଯାଇଛି। ଏହି ଅବସରର ମୁଖ୍ୟ ଅତିଥି ଭାବରେ ସିନାପାଲି ଥାନା ଅଧିକାରୀ ଡମ୍ବରୁଧର ପ୍ରଧାନ ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥି ଭାବରେ ସିନାପାଲି ଫରେଷ୍ଟର ଖଗେଶ୍ବର ମଝି, ଏସ ଆଇ ବବିତା ମଞ୍ଜରୀ ପୁହାଣ, ଏ ଏସ ଆଇ ଦେବରଚନ ନିଆଲ, ରାମେଶ୍ବର ବାଗ, ରାମ ଶବର, ପ୍ରତିଯୋଗିତା ର ସଭାପତି ସୁଜିତ କୁମାର ସାମନ୍ତରାୟ, ଉପସଭାପତି ପୀୟୂଷ କୁମାର ପଟେଲ, ପ୍ରମୁଖ ଅତୀଥି ଭାବରେ ଉପସ୍ଥିତ ରହି ପୂଜାର୍ଚ୍ଚନା କରି ଉଦଘାଟନ କରିଥିଲେ। ସିନାପାଲି ଅଞ୍ଚଳର ବରିଷ୍ଠ ଖେଳାଳୀ ମାନଙ୍କ ମଧ୍ୟରେ ମନିଶ ପଟେଲ, କିଶୋର ମେହେର, ଆଲୋକ ମେହେର, ସୁବ୍ରତ ମେହେର, ଅଜିତ ଯୋଷୀ, ଜଗନ୍ନାଥ ସାଗର, ଶୁଭେନ୍ଦୁ ମେହେର, ପରମେଶ୍ବର ମହାନନ୍ଦ , ବିକି ପାତ୍ର, ଚିତ୍ତରଞ୍ଜନ ମେହେର, ରାକେଶ ଗହୀର ସମେତ ଅନେକ ଉପସ୍ଥିତ ରହିଥିଲେ ସିନାପାଲି ରୁ ଅଜିତ କୁମାର ଯୋଶୀଙ୍କ ରିପୋର୍ଟ ନିର୍ଭୟ ସୂଚନା

Leave a Reply

Your email address will not be published. Required fields are marked *