ସିନାପାଲି:୧୭/୧ନିପ୍ର :ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅଧ୍ୟକ୍ଷା ତପସ୍ଵିନୀ ମାଝି ଆଜି ବିଧି ବଦ୍ଧ ଭାବରେ ଖଡିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହି ଙ୍କ ଉପସ୍ଥିତିରେ କଂଗ୍ରେସ ଦଳ ରେ ସାମିଲ ହୋଇଛନ୍ତି। ଏନେଇ ଆଜି ସିନାପାଲି ବ୍ଲକ କଂଗ୍ରେସ କାର୍ଯ୍ୟଳୟ ରେ ସାମ୍ୱାଦିକ ସମ୍ବିଲନୀ ରେ ଉପସ୍ଥିତ ରହି ସୁଚନା ଦେଇଛନ୍ତି। ଏପରିକି ଆଜିର ଏହି ନିର୍ବାଚନୀ ସଭାରେ ୧୨ ନମ୍ବର ଜୋନ ଜିଲ୍ଲାପରିଷଦ ସଦସ୍ୟ ପ୍ରାର୍ଥୀ ଭାବେ ଘୋଷଣା କରାଯାଇଛି। ଶ୍ରୀ ମାଝି ଜଣେ ଆଦିବାସୀ ମହିଳା ହୋଇଥିବା ବେଳେ ସରକାର ପଛୁଆ ବର୍ଗ ଓ ଆଦିବାସୀ ମାନଙ୍କୁ ଉପେକ୍ଷା କରିଛନ୍ତି। ସରକାରୀ ଦଳରେ ରହି ମଧ୍ଯ ଧକ୍କା ଦେଇ ମୋତେ ଉପେକ୍ଷା କରି କରଯଇଛି। ଏଥିପାଇଁ କଂଗ୍ରେସ ଦଳର ତ୍ୟାଗ ମନୋଭାବ, ଦଳର ନୀତି ଆଦର୍ଶ ରେ ଅନୁପ୍ରାଣିତ ହୋଇ କଂଗ୍ରେସ ରେ ସାମିଲ ହୋଇଥିବା ଶ୍ରୀ ମାଝି ପ୍ରକାଶ କରିଛନ୍ତି। ଆଜିର ଏହି ମନ୍ଥନ ବୈଠକ ରେ ବିଧାୟକ ସମେତ ସିନାପାଲି ବ୍ଲକ କଂଗ୍ରେସ ସଭାପତି ଜୟପାଲ ନାଗ, ସିନାପାଲି ବ୍ଲକ ଉପାଧ୍ୟକ୍ଷ କିଶୋର କୁମାର,ଜିଲ୍ଲାପରିଷଦ ସଦସ୍ୟ ଗିରିରାଜ ମାଝି, ପୁର୍ବତନ ସଭାପତି ଗୋଦାବରୀଶ ନାଏକ, ଖଗେଶ୍ବର ସା, କପିଳେନ୍ଦ୍ର ଭୋଇ, ମହମ୍ମଦ ଅଫତାଭ, କେଦାର ସୁନାନି, ମେଘନାଦ ଖର୍ସେଲ, ପ୍ରମୁଖ ମଞ୍ଚାସିନ ରହିଥିଲେ। ଏଥିରେ ଅମ୍ବିକା କଶ୍ୟପ, ଗୌରୀ ହରପାଳ, ଧନସିଂ ମାଝି, ଗଙ୍ଗା କୁମାରୀ ମାଝି, ଦୁର୍ଯ୍ୟୋଧନ ମାଝି, ସମେତ ଅନେକ କଂଗ୍ରେସ ରେ ଯୋଗଦାନ କରିଥିଲେ। ଏହି ସଭାରେ କିଶୋର ନାଗ,ଗଣେଶ ନାଏକ, ଦୁଧନାଥ ବାଗ, ହିରାଧର ମେହେର, ଲକ୍ଷ୍ମୀ କାନ୍ତ ହଂସ, ଗଜେନ୍ଦ୍ର ନିଆଲା, ସନ୍ତୋଷ ଜଗତ, ବେଣୁଧର ଦୀପ, ତ୍ରିନାଥ ମେହେର, ନନ୍ଦଳାଳ ବାଗ, ଦେବ ସିଂ ନାଏକ ସମେତ ଅନେକ ଉପସ୍ଥିତ ରହିଥିଲେସିନାପାଲି ରୁ ଅଜିତ କୁମାର ଯୋଶୀ ଙ୍କ ରିପୋର୍ଟ ନିର୍ଭୟ ସୂଚନା