ସିନାପାଲି-୮/୮/ନିପ୍ର :ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ପରିସରରେ ଆଜି ନୂଆପଡା ଜିଲ୍ଲାପାଳ ଙ୍କ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିର ରେ ସିନାପାଲି ବ୍ଲକ ଅଞ୍ଚଳ ର ବିଭିନ୍ନ ବିଭାଗ ର ମୋଟ ୩୬ ଗୋଟି ଅଭିଯୋଗ ହୋଇଥିଲା। ଶିବିର ରେ ନୂଆପଡା ଜିଲ୍ଲାପାଳ ହେମକାନ୍ତ ସାଏ, ଏସପି ପ୍ରତ୍ୟୁଷ ଦିବାକର, ସିନାପାଲି ବ୍ଲକ ଅଧ୍ଯକ୍ଷା ମାଧୁରୀ ମାଝି , ଜିଲ୍ଲା ପିଡି ଅଧିକାରୀ ମଧୁଛନ୍ଦା ସାହୁ, ସବ୍ କଲେକ୍ଟର ରାମଚନ୍ଦ୍ର ଖଡିଆ ପ୍ରମୁଖ ମଞ୍ଚାସୀନ ଥିଲେ। ଏହି ଅବସରରେ ଡିପିଓ ବିବେକାନନ୍ଦ ମହାନନ୍ଦ, ସିନାପାଲି ବିଡିଓ ସଦାଶିବ ନାଏକ, ତହସିଲଦାର ଲୋକନାଥ ଶବର, ସିନାପାଲି ଥାନା ଅଧିକାରୀ ଡମ୍ୱରୁ ଧର ପ୍ରଧାନ, ବ୍ଲକ ଶିକ୍ଷା ଅଧିକାରୀ ଚୈତନ୍ୟ ହୋତା, ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ କର୍ମଚାରୀ ଉପସ୍ଥିତ ଥିଲେ। ସିନାପାଲି ରୁ ଅଜିତ କୁମାର ଯୋଶୀ ଙ୍କ ରିପୋର୍ଟ ନିର୍ଭୟ ସୂଚନା