ସିନାପାଲି,୩।୧୨(ନି ପ୍ର): ସିନାପାଲି ସହରରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଥିବା ବେଳେ ସହରର ମଝି ରାସ୍ତା ଉପରେ ଆଣ୍ଠୁଏ ପାଣି ଜମା ହୋଇ ଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ସିନାପାଲି ସହର ର ଡ୍ରେନେଜ ତଥା ପରିମଳ ବ୍ୟବସ୍ଥା କୁ ସୁଧାରିବା ପାଇଁ ବାରମ୍ବାର ପ୍ରଶାସନ ପାଖରେ ଅଭିଯୋଗ ହେଉଥିଲେ ମଧ୍ୟ ପରିମଳ ବ୍ୟବସ୍ଥା ସୁଧୁରିବାର ନା ଧରୁନି। ପ୍ରକାଶ ଯୋଗ୍ୟ ଯେ ସିନାପାଲି ସ୍ଥିତ ….ରାସ୍ତାରେ ଡ୍ରେନେଜ ଵ୍ୟଵସ୍ଥା ଠିକ ନ ଥିବାରୁ ରାସ୍ତା ଉପରେ ଆଣ୍ଠୁଏ ପାଣି ଜମା ହୋଇ ଥିବା ଦେଖିବାକୁ ମିଳିଛି। ଲୋକେ ବାଧ୍ୟ ହୋଇ ଉକ୍ତ ମଇଳା ପାଣି ଦେଇ ଯାତାୟତ କରିବାକୁ ବାଧ୍ୟ ହେଉଛନ୍ତି। ଏଭଳି ସିନାପାଲି ସହରର ବିଭିନ୍ନ ସ୍ଥାନରେ ଡ୍ରେନେଜ ବ୍ୟବସ୍ଥା ଠିକ ନଥିବାରୁ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି।ଦୀର୍ଘଦିନ ରୁ ଜନନାଥ ଛକ ନିକଟରେ ଡ୍ରେନେଜ ବ୍ୟବସ୍ଥା ବିପର୍ଯ୍ୟସ୍ତ କୁ ନେଇ ବ୍ଲକ ପ୍ରଶାସନ ତଥା ଜିଲ୍ଲା ପ୍ରଶାସନ କୁ ବାରମ୍ବାର ଅବଗତ କରାଇଥିଲେ ବି ସମାଧାନର ରାସ୍ତା ଅଧପନ୍ତରିଆ ହୋଇ ରହିଯାଇଛି। ଡ୍ରେନ ନିର୍ମାଣ ପାଇଁ ସରକାରୀ ସ୍ତରରେ ବ୍ୟବସ୍ଥା କରାଯାଇଛି, ହେଲେ ତାହା ସମ୍ପୂର୍ଣ୍ଣ ହୋଇପାରୁ ନାହିଁ। ବାରମ୍ବାର ଏହି ଅଧାପନ୍ତରିଆ ଡ୍ରେନରେ ଅଘଟଣ ଘଟି ଧନଜୀବନ ନଷ୍ଟ ହେଉଥିବା ଅଭିଯୋଗ ହେଉଛି। ଅନେକ ଥର ଏହି ଡ୍ରେନ ମାନଙ୍କରେ ଯାତାୟତ କରୁଥିବା ଲୋକେ,ଗାଡ଼ି ମଟର ତଥା ଗାଈଗୋରୁ ଖସିପଡି ଅକାଳରେ ଜୀବନ ହାନି ଘଟୁଥିବା ଦେଖିବାକୁ ମିଳିଛି। ସ୍ଥାନୀୟ ଲୋକକଙ୍କ ଅଭିଯୋଗ ଅନୁସାରେ ବାରମ୍ବାର ପ୍ରଶାସନକୁ ଅବଗତ କରାଇଥିଲେ ବି କୌଣସି ସୁଫଳ ମିଳୁନଥିବା ପ୍ରକାଶ କରିଛନ୍ତି। ଉକ୍ତ ଡ୍ରେନର ମଇଳା ପାଣି ଜମିବା ଦ୍ୱାରା ମଶାମାଛି ର ପ୍ରାଦୁର୍ଭାବ ବଢ଼ିବାରେ ଲାଗିଛି। ମଶା କାଟିବ ଦ୍ୱାରା ଲୋକେ ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇ ପଡୁଛନ୍ତି। ସ୍ଥାନୀୟ ଛୋଟ ପିଲା ମାନେ ଉକ୍ତ ମଇଳା ପାଣିରେ ଖେଳିବା ଦ୍ୱାରା ଅନେକ ଚର୍ମରୋଗ ର ଶିକାର ହେଉଥିବା ପ୍ରକାଶ କରିଛନ୍ତି। ସିନାପାଲି ସହରର ଏହିପରି ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥା ର ତୁରନ୍ତ ସମାଧାନ କରିବାକୁ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବା କୁ ଦାବି କରିଛନ୍ତି।
ସିନାପାଲିରୁ ଅଜିତ କୁମାର ଯୋଶୀ ଙ୍କ ରିପୋର୍ଟ ନିର୍ଭୟ ସୂଚନା

Leave a Reply

Your email address will not be published. Required fields are marked *