ନୂଆପଡା:ତା:୨୮.୦୯.(ସୁଜିତ କୁମାର ପ୍ରଧାନ) ନୂଆପଡା ଜିଲ୍ଲା ସୁନାବେଡା ଅଭୟାରଣ୍ୟ ମଧ୍ୟରେ ଥିବା ଗୋ ଧସ ଜଳପ୍ରପାତ ରେ ଆତ୍ମହତ୍ୟା କରିଥିବା ପ୍ରେମୀ ଯୁଗଲଙ୍କ ଶବ ଉଦ୍ଧାର କରିଛନ୍ତି। ନୂଆପଡା ଜିଲ୍ଲା ଦମକଳ ବାହିନି ଯବାନ ମାନେ ଗୋଧସ ଜଳପ୍ରପାତରେ ପ୍ରେମୀ ଯୁଗଲଙ୍କ ଶବ ଉଦ୍ଧାର କରିଛନ୍ତି। ଦୁଇ ଦିନ ପୂର୍ବେ ପ୍ରେମୀ ଯୁଗଳ ଏହି ଜଳପ୍ରପାତ କୁ ଡେଇଁ ଅମହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ଗୋଧସ ଠାରେ ତାଙ୍କ ପୋଷାକ ଦେଖି ସନ୍ଧେହ କରା ଯାଉଥିଲା। ଆଜି ତାଙ୍କ ଶବ ଉଦ୍ଧାର ହୋଇଅଛି। ଏହି ପ୍ରେମୀ ଯୁଗଳ ପଡୋଶୀ ଛତିଶଗଡ଼ ରାଜ୍ୟ ଗରିଆବନ୍ଧ ଜିଲ୍ଲା ଅଂଚଳର ବୋଲି ଜଣାପଡିଅଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶବ ବ୍ୟବଚ୍ଛେଦ ପରେ ପରିବାରଙ୍କୁ ଶବ ହସ୍ତାନ୍ତର ହେବ। ପ୍ରେମୀ ଯୁଗଳ ହାତରେ ନୀଳ ରଙ୍ଗର କନା ବନ୍ଧା ହୋଇଥିବା ଜଣାପଡିଛି ।
୨୬ ତାରିଖ ଦିନ ଏକ ବାଇକରୁ ଓହ୍ଲାଇ ଦୁଇ ଜଣ ଜଳ ପ୍ରପାତରେ ଡେଇଁ ପଡି ଥିଲେ । କିଛି ଲୋକ ଦେଖି ସ୍ଥାନୀୟ ଧରମବନ୍ଧା ଥାନାରେ ଜଣାଇ ଥିଲେ । ଅଗ୍ନିଶମ ବାହିନୀ ଓ ପୋଲିସ ଖୋଜା ଖୋଜି କରି ଥିଲେ । ଗତ ରାତିରେ ୨ ଟି ଶବ ଭାସୁ ଥିବା ଲୋକେ ସୂଚନା ଦେଇ ଥିଲେ । ଆଜି ସକାଳୁ ଅଗ୍ନିଶମବାହିନୀ ୨ଟି ଶବ ଉଦ୍ଧାର କରିଛି । ଏମାନେ ଛତିଶଗଡ ରାଜ୍ୟ ଗରିଆବନ୍ଧ ଜିଲ୍ଲା ପିପଲଛେଡି ଥାନା ଥୁହାପାନି ଗାଁର ଧନିରାମ ଆଁଟି ଓ ଦେମତି ସୋରୀ ବୋଲି ଜଣା ପଡିଛି ।

Leave a Reply

Your email address will not be published. Required fields are marked *