ଭାରତୀୟ  ବଜାରରେ ଲଗାତାର କମିବାରେ ଲାଗିଛି ସୁନା ଦର ଆଜି ସୁନା ଦର ପୁଣି ହ୍ରାସ ପାଇଛି। ଦିଲ୍ଲୀ ବଜାରରେ ସୋମବାର ଦିନ ସୁନା ଦର ୧୨୨ ଟଙ୍କା ହ୍ରାସ ପାଇ ପ୍ରତି ୧୦ ଗ୍ରାମକୁ ୪୪ ହଜାର ପାଖାପାଖି ପହଞ୍ଚିଛି। ରୁପା ଦର ଆଜି କିଲୋ ପ୍ରତି ୫୮୭ ଟଙ୍କା ବୃଦ୍ଧି ପାଇଛି। ଦିଲ୍ଲୀ ବଜାରରେ ସୁନା ୧୦ ଗ୍ରାମକୁ ୪୪ ହଜାର ୨୩୬ ଟଙ୍କା ହୋଇଥିବା ବେଳେ ରୁପା କିଲୋ ପ୍ରତି ୬୪ ହଜାର ୯୪୭ ଟଙ୍କା ହୋଇଛି। ଅନ୍ତରାଷ୍ଟ୍ରୀୟ ବଜାରରେ ସୁନା ଦର ହ୍ରାସ ପାଇଥିବାବେଳେ ରୁପା ଦର ବୃଦ୍ଧି ପାଇଛି।

ରାଜଧାନୀ ଦିଲ୍ଲୀରେ ୯୯.୯ ଗ୍ରାମ ଶୁଦ୍ଧ ସୁନା ଦର ୧୦ ଗ୍ରାମ ପ୍ରତି ୪୪ ହଜାର ୧୧୪ ଟଙ୍କା ହୋଇଛି। ଅନ୍ତରାଷ୍ଟ୍ରୀୟ ବଜାରରେ ସୁନା ଦର ହ୍ରାସ ପାଇ ଆଉନ୍ସ  ପ୍ରତି ୧୬୯୯ ଡଲାରରେ ପହଞ୍ଚିଛି। ଅପରପକ୍ଷରେ ରୁପା ଦର ବୃଦ୍ଧି ପାଇଛି। ଦିଲ୍ଲୀ ବଜାରରେ ରୁପା ଦର କିଲୋ ପ୍ରତି ୫୮୭ ଟଙ୍କା ବୃଦ୍ଧି ପାଇ ୬୫ ହଜାର ୨୩୬ ଟଙ୍କାରେ ପହଞ୍ଚିଛି। ଅନ୍ତରାଷ୍ଟ୍ରୀୟ ବଜାରରେ ମଧ୍ୟ ରୁପା ଦର ବୃଦ୍ଧି ପାଇ ଆଉନ୍ସ ପ୍ରତି ୨୫.୩୧ ଡଲାର ହୋଇଛି। ବିଶେଷଜ୍ଞଙ୍କ କହିବାନୁଯାୟୀ, ଅନ୍ତରାଷ୍ଟ୍ରୀୟ ବଜାରରେ ସୁନା ଦର ହ୍ରାସ ପାଇବା ଯୋଗୁଁ ତାର ପ୍ରଭାବ ଭାରତୀୟ ବଜାରରେ ମଧ୍ୟ ପଡୁଛି।

ଚମକିଲା ସୁନା: ଲଗାତାର କମିବାରେ ଲାଗିଛି ସୁନା ଦର