ନୂଆପଡା:୧୫.୦୯: ନୂଆପଡା ଜିଲ୍ଲା ବୋଡେ଼ନ ବ୍ଲକ ସଭାଗୃହ ଠାରେ ସ୍ୱଚ୍ଛ ଭାରତ ମିଶନ ତରଫରୁ ଦ୍ଵିତୀୟ ପର୍ଯ୍ୟାୟ ମଳମୁକ୍ତ ଅଞ୍ଚଳ ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଗୋଷ୍ଟି ଉନ୍ନୟନ ଅଧିକାରୀ ପୁର୍ଣ୍ଣଚନ୍ଦ୍ର ଭୋଇ ଙ୍କ ଅଧ୍ୟକ୍ଷତା କରିଥିବା ବେଳେ ନୂଆପଡା ଜିଲ୍ଲା ଜଳ ଓ ପରିମଳ ମିଶନ,ବିଭାଗ ର ପ୍ରଭୁଦତ୍ତ ବାବୁ ବ୍ଲକ ଅଧ୍ୟକ୍ଷା ପ୍ରେମସିଲା ନାଗ, ଅତିରିକ୍ତ ଅଧ୍ୟକ୍ଷ କୃଷ୍ଣଚନ୍ଦ୍ର ମାଝୀ, ପିଇଓ ମିନାଲାଲ ଚନ୍ଦ୍ରକାର, ଜଳ ପରିମଳ କନିଷ୍ଟ ଯନ୍ତ୍ରୀ ଅକ୍ଷୟ କୁମାର ସାମଲ,ରଥିକାନ୍ତ ବାଳମୁଚୁ ଏବଂ ସମସ୍ତ ଗ୍ରାମ ପଞ୍ଚାୟତ ର ସରପଞ୍ଚ, ପଞ୍ଚାୟତ କାର୍ଯନିର୍ବାହ ଅଧିକାରୀ, ଗ୍ରାମୀଣ ରୋଜଗାର ସେବକ, ସ୍ୱେଚ୍ଛାଗ୍ରହୀ ମାନେ ଉପସ୍ଥିତ ହୋଇଥିଲେ । ବୋଡେ଼ନ ବ୍ଲକକୁ କିପରି ମଳମୁକ୍ତ ଅଞ୍ଚଳ ହେଇପାରିବ ଏବଂ ସ୍ଵଚ୍ଛ ଭାରତ ମିଶନ ର ୨ୟ ପର୍ଯ୍ୟାୟରେ କଣ କଣ ଲୋକ ସୁଵିଧା ପାଇପାରିବେ ସେ ନେଇ ଆଜି ବୈଠକରେ ଉପସ୍ଥାପନ କରିଥଲେ ।ପ୍ରତ୍ୟେକ ସର୍ବସାଧାରଣ ସ୍ଥାନ ରେ ଗୋଷ୍ଟି ଶୌଚାଳୟ,ଆବର୍ଜନା କୁଣ୍ଡ, ପ୍ରତ୍ୟେକ ଘରେ ଘରେ ଗୋଟିଏ ଗୋଟିଏ କମ୍ପୋଷ୍ଟ ପିଟସ,ପାଇଖାନ ନ ଥିବା ଘରକୁ ପାଇଖାନା ନିର୍ମାଣ କରାଯିବ, ଏପରି ଆଠଟି ଯୋଜନା ରେ ୨୦୨୨ ଜାନୁଆରୀ ୨୬ ତାରିଖ ସୁଦ୍ଧା ରେ ବୋଡେନ ବ୍ଲକ କୁ ସ୍ୱଚ୍ଛ ଭାରତ ମିଶନ ର ମଲ ମୁକ୍ତ ଅଞ୍ଚଳ କରିପାରିବା ସେଥିପାଇଁ ଲକ୍ଷ୍ୟ ହାସଲ କରିଥିଲେ । ସମସ୍ତ ସରପଞ୍ଚ, ପଞ୍ଚାୟତ ନିର୍ବାହ ଅଧିକାରୀ,ଏବଂ ସମସ୍ତ ସ୍ୱେଚ୍ଛାଗ୍ରହୀ ମାନଙ୍କୁ ବୁଝାଇ ନିଦ୍ଧେଶ ଦେଇଥିଲେ ।

Leave a Reply

Your email address will not be published. Required fields are marked *