ଖପ୍ରାଖୋଲ ୩୦/୧୦ ( ନିପ୍ର) ଖପ୍ରାଖୋଲ ଥାନା ହରିଶଙ୍କର ବାଲିଜୋର ଛକ ନିକଟରେ ଗତ ଏଗାର ତାରିଖରେ ହୋଇଥିବା ଲୁଟ ଘଟଣା ର ପର୍ଦାଫାସ କରିଛି ଖପ୍ରାଖୋଲ ପୋଲିସ । ଏ ନେଇ ଆୟୋଜିତ ସାମ୍ବାଦିକ ସମ୍ବିଳନୀରେ ପାଟଣାଗଡ଼ ଏସ.ଡ଼ି.ପି.ଓ. ଜ୍ୟୋତିର୍ମୟ ଭୁକ୍ତା ସବିଶେଷ ତଥ୍ୟ ଉପସ୍ଥାପନା କରିଥିଲେ । ଏହି ଘଟଣାରେ ଆଠ ଜଣ ଅଭିଯୁକ୍ତ ସାମିଲ ହୋଇଥିବା ବେଳେ ଛଅ ଜଣକୁ ଗିରପ କରାଯାଇଥିବା ଜଣା ଯାଇଛି । ତା ସହ ଦୁଇ ମୋଟର ସାଇକେଲ, ନଗଦ ଚଉଦ ହଜାର ଟଙ୍କା, ପାଞ୍ଚଟି ମୋବାଇଲ , ଲୁଟ ହୋଇଥିବା ଚେକ ବହି, ପାସ ବହି ଓ ବିଭିନ୍ନ କାଗଜପତ୍ର ସହ ବ୍ୟାଗ ଉଦ୍ଧାର ହୋଇଥିବା ପ୍ରଦର୍ଶିତ କରିଥିଲେ । ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଖପ୍ରାଖୋଲ ଥାନା ପୁତୁଲାମହୁଲ ଗାଁର ତ୍ରିନାଥ ଦୀପ (୪୩) ହୋଇଥିବା ବେଳେ ସେ ଅନ୍ୟ ମାନଙ୍କୁ ସାମିଲ କରାଇ ଲୁଟ ର ପ୍ଲାନ କରିଥିଲା । ଏଥିରେ ବଲାଙ୍ଗୀର ସଦର ଥାନା ଉଜବାହାଲ ଗାଁର ଉଦ୍ଧବ ଓରପ ଖଲି ଛାତ୍ରୀଆ (୪୨) , ଲାଲଟିକ୍ରା ର ପୂରନ ନାଗ (୩୬) , ଦେଓଗାଁ ଥାନା ଅଂଚଳର ଦେଶଣ ଗାଁ ର ସନ୍ତୋଷ ଓରପ ମିଲୁ କଲେତ (୨୭), ବଲାଙ୍ଗୀର ଟାଉନ ଥାନା ଗାନ୍ଧୀନଗର ପଡା ର ବିଟୁ ଓରପ ଅବିନଶ ବେହେରା (୩୦) ଏବଂ ପୁଇଁତଲା ଥାନା ସାଉଁନ୍ତପୁର ସୁମିତ ସୁନା (୨୨) କୁ ପୋଲିସ ଗିରପ କରିଥିବା ବେଳେ ଦୁଇଜଣ ଅଭିଯୁକ୍ତ ଫେରାର ଥିବା ପୋଲିସ କହିଛି । ସୂଚନା ଅନୁସାରେ ଗତ ଏଗାର ତାରିଖ ନନ୍ଦୁପଲା ଗାଁର କିଓସ୍କ ବ୍ୟାଙ୍କ କରିଥିବା ଋଷିକୁମାର ବେହେରା ତିନିଲକ୍ଷ ଟଙ୍କା ଖପ୍ରାଖୋଲ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କରୁ କାଢି ନିଜ ମୋଟର ସାଇକେଲରେ ଯାଉଥିବା ବେଳେ ହରିଶଙ୍କର ଛକ ନିକଟରେ ଦୁଇଟି ମୋଟର ସାଇକେଲରେ ଚାରିଜଣ ଲୁଟେରା ମାଡ ମାରି ଟଙ୍କା ବ୍ୟାଗ ଲୁଟକରି ଫେରାର ହୋଇଥିଲେ ଏନେଇ ଖପ୍ରାଖୋଲ ଥାନା ୧୫୨/୨୧ ରେ ଏକ ମାମଲା ରୁଜୁ କରି ଖପ୍ରାଖୋଲ ଥାନା ଅଧିକାରୀ ରମାକାନ୍ତ ସାହୁଙ୍କ ନେତୃତ୍ୱରେ ଘଟଣା ତଦନ୍ତ ଚାଲିଥିଲା । ସୂଚନା ଯୋଗ୍ୟ ଅଭିଯୁକ୍ତଙ୍କୁ ଧରିବା ବେଳେ ଖପ୍ରାଖୋଲ ଥାନାର କାର୍ଯ୍ୟରତ କନେଷ୍ଟବଳ ସଂଜୀବ ସାହୁଙ୍କ ହାତ ଭାଙ୍ଗିଥିବା ଜଣାଯାଇଛି ।

ଜ୍ୟୋତି ରଞ୍ଜନ ପଣ୍ଡାଙ୍କ ରିପୋର୍ଟ ନିର୍ଭୟ ସୂଚନା

Leave a Reply

Your email address will not be published. Required fields are marked *