ସିନାପାଲି-୯/୮/ନିପ୍ର : ୯ ଅଗଷ୍ଟ କ୍ରାନ୍ତି ଦିବସ ଉପଲକ୍ଷେ ନୂଆପଡା ଜିଲ୍ଲା କଂଗ୍ରେସ କମିଟି ଓ ସିନାପାଲି ବ୍ଲକ କଂଗ୍ରେସ କମିଟି ତରଫରୁ ସ୍ୱାଧିନତା ର ଗୌରବ ଯାତ୍ରା ପାଲନ କରାଯାଇଛି। ଏହି ପଦଯାତ୍ରା ସିନାପାଲି ବ୍ଲକ ଅନ୍ତର୍ଗତ ଗଣ୍ତାବାହାଲି ଗ୍ରାମ ଠାରୁ ସିଙ୍ଗଝର ଗ୍ରାମ ପର୍ଯ୍ୟନ୍ତ ପଦଯାତ୍ରା କାର୍ଯ୍ୟକ୍ରମ ରହିଥିଲା। ଖଡିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ ଙ୍କ ନେତୃତ୍ବ ରେ ସର୍ବାଧିକ କଂଗ୍ରେସ କର୍ମି ଏହି ପଦଯାତ୍ରା ରେ ସାମିଲ ରହି ସଫଳ କରିଥିଲେ। ଏହି ଅବସରରେ ଆୟୋଜିତ ଏହି ଗୌରବ ଯାତ୍ରା ରେ ଡିଜେଲ, ପେଟ୍ରୋଲ, ରନ୍ଧନଗ୍ୟାସ ଅହେତୁକ ଦରଦାମ ବ୍ରୁଦ୍ଧି ପ୍ରତିବାଦ ଓ ଅତି ଆବଶ୍ଯକ ଖାଦ୍ୟ ସାମଗ୍ରୀ ଉପରେ ଜିଏସଟି ଉତ୍କଷ୍ଟ ବେକାରି ସମସ୍ଯା ବିରୋଧ ରେ ଜିଲ୍ଲା ଭିର୍ତିକ ନିଯୁକ୍ତି ଦାବିରେ ତଥା ସମସ୍ତ ପ୍ରକାର ଚୁକ୍ତି ଭିର୍ତିକ ନିଯୁକ୍ତି ଉଛେଦ ଦାବିରେ ଉଭୟ କେନ୍ଦ୍ର ଓ ରାଜ୍ଯ ସରକାର ଙ୍କ ବିଫଳତା କୁ ବିରୋଧ କରାଯାଇଛି। ସିଙ୍ଗଝର ରେ ପହଞ୍ଚି ନଗର ପରିକ୍ରମା କରି ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିବା ବେଲେ ଶ୍ରୀ ପାଣିଗ୍ରାହୀ ଉଭୟ ସରକାର ଙ୍କ ବିରୋଧ ରେ ବର୍ସିଥିଲେ। ଏହି କାର୍ଯ୍ୟକ୍ରମରେ ଶ୍ରୀ ପାଣିଗ୍ରାହୀ ସମେତ ଜିଲ୍ଲା କଂଗ୍ରେସ ସଭାପତି ଘାସିରାମ ମାଝି, ଜିଲ୍ଲା ଯୁବ କଂଗ୍ରେସ ସଭାପତି କପିଲେନ୍ଦ୍ର ଭୋଇ, ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଅମିତାଭ ପଟେଲ, ଖଡିଆଳ ଏନଏସି ଅଧ୍ଯକ୍ଷ ଉଜ୍ଜ୍ବଳ ଗୁପ୍ତା, ସିନାପାଲି ବ୍ଲକ ଅଧ୍ଯକ୍ଷା ମାଧୁରୀ ମାଝି, ଉପାଧ୍ୟକ୍ଷା ମିନା ଘିଭେଲା, ଭିଷ୍ମ ସୁନାନୀ, ହିରାଧର ମେହେର, ଗିରିରାଜ ମାଝି, ଜୟପାଳ ନାଗ, ଫାରୁକ ମହମ୍ମଦ ସମେତ ସତାଧିକ କଂଗ୍ରେସ କର୍ମି ଉପସ୍ଥିତ ଥିଲେ। ସିନାପାଲି ରୁ ଅଜିତ କୁମାର ଯୋଶୀ ଙ୍କ ରିପୋର୍ଟ ନିର୍ଭୟ ସୂଚନା