ନୂଆଦିଲ୍ଲୀ ୩୧/୧0:- ପ୍ରଧାନମନ୍ତ୍ରୀ ଶନିବାର ଇଟାଲୀର ରାଜଧାନୀ ରୋମ୍‌ରେ ଜି-୨୦ ସମ୍ମିଳନୀରେ ଅଂଶଗ୍ରହଣ କରିଛନ୍ତି। ଏହି ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦୀ ଆମେରିକା, ଫ୍ରାନ୍ସିସ ଆଦି ରାଷ୍ଟ୍ରପତିଙ୍କ ସହିତ ଉତ୍ସାହର ସହିତ ସାକ୍ଷାତ କରିଛନ୍ତି। ଜି-୨୦ ଅଧିବେଶନକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ’ୱାନ୍‌ ଆର୍ଥ ୱାନ୍‌ ହେଲଥ୍‌’ ମାଧ୍ୟମରେ କରୋନାକୁ ବିଜୟ କରିହେବ। 

ରୋମରେ ପ୍ରଧାନମନ୍ତ୍ରୀ ବୈଠକକୁ ନେଇ ବିଦେଶ ସଚିବ ହର୍ଷବର୍ଦ୍ଧନ ଶୃଙ୍ଗଲା କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦୀ ଜି-୨୦ ଦେଶକୁ ଭାରତର ଆର୍ଥିକ ସଂଶୋଧନ ଓ ଯୋଗାଣ ଚେନ ଡାଇଭରର୍ସିଫିକେଶନ ମାଧ୍ୟମରେ ନିଜର ଭାଗିଦାରୀ ହେବାକୁ ଆମନ୍ତ୍ରିତ କରିଥିଲେ। ସେ ତଥ୍ୟକୁ ମଧ୍ୟ ସାମ୍ନାରେ ରଖିଥିଲେ ଯେ, ମହାମାରୀ ସତ୍ତ୍ବେ ଭାରତ ବିଶ୍ବସନୀୟ ଯୋଗାଣ ଚେନର ସନ୍ଦର୍ଭରେ ଏକ ବିଶ୍ବସନୀୟ ଅଂଶୀଦାର ହୋଇପାରିଥିଲା। 

ସେ କହିଛନ୍ତି, ପ୍ରଥମ ଅଧିବେଶନରେ ପ୍ରଧାନମନ୍ତ୍ରୀ ମୋଦୀ କୋଭିଡ-୧୯ ବିରୋଧରେ ଲଢ଼େଇ କରିବାରେ ଭାରତର ଯୋଗଦାନ ସଂପର୍କରେ ସୂଚନା ଦେଇଥିଲେ। ସେ ୧୫୦ରୁ ଅଧିକ ଦେଶକୁ ଭାରତର ମେଡିକାଲ ଯୋଗାଣ ନେଇ ଚର୍ଚ୍ଚା କରିଥିଲେ ଏବଂ ’ୱାନ ଆର୍ଥ ୱାନ ହେଲଥ୍‌’ର ଆମର ଦୃଷ୍ଟିକୋଣ ସଂପର୍କରେ କହିଥିଲେ। 

Leave a Reply

Your email address will not be published. Required fields are marked *