ବେଙ୍ଗାଲୁରୁ: ଭାରତରେ ପାଦ ଥାପି ସାରିଛି କରୋନା ନୂଆ ଭାରିଆଣ୍ଟ ଓମିକ୍ରନ । ବେଙ୍ଗାଲୁରୁରୁ ୨ ଦକ୍ଷିଣ ଆଫ୍ରିକା ଫରନ୍ତା ଓମିକ୍ରାନ ଭାରିଆଣ୍ଟ ଆକ୍ରାନ୍ତ ଥିବା ଜଣାପଡ଼ିଛି । ଓମିକ୍ରନକୁ ନେଇ ବଢିଲା ବେଙ୍ଗାଲୁରୁ ମହାନଗରପାଳିକା ସ୍ୱସ୍ଥ୍ର୍ୟ ବିଭାଗର ଚିନ୍ତା । କାରଣ ଏଠାକୁ ଆସିଥିବା ୧୦ ଜଣ ଦକ୍ଷିଣ ଆଫ୍ରିକା ଫେରନ୍ତାଙ୍କ ପତ୍ତା ମିଳୁନି । ଏମାନଙ୍କ ଫୋନ୍ ଲଗାଇଲେ ବି ସ୍ୱିଚ୍ ଅଫ୍ ଆସୁଛି । ଏହି ଖବର ଆସିବା ପରେ ସ୍ଥାନୀୟ ପ୍ରଶାସନ ସମେତ ପୂରା ଭାରତରେ ଭୟର ବାତାବରଣ ଖେଳିଯାଇଛି ।

ମିଳିଥିବା ସୂଚନା ଅନୁସାରେ, ଏହି ନିଖୋଜ ବିଦେଶୀ ନାଗରିକଙ୍କ ଦକ୍ଷିଣ ଆଫ୍ରିକାରେ ବୁଲାବୁଲି କରିଥିବା ତଥ୍ୟ ରହିଛି । ବେଙ୍ଗାଲୁରୁ ମହାନଗରନିଗମ କମିଶନର ଗୌରବ ଗୁପ୍ତା କହିଛନ୍ତି, ‘ସବୁ ବିଦେଶୀ ନାଗରିକ ଦକ୍ଷିଣ ଆଫ୍ରିକାରୁ ଫେରିଛନ୍ତି । ଏପରି ସ୍ଥିତରେ ସେମାନଙ୍କୁ ଟ୍ରାକିଂ କରିବା ଏଠିକାର ପ୍ରଶାସନ ପାଇଁ କଷ୍ଟକର ହୋଇପଡିଛି । ବେଙ୍ଗାଲୁରୁ ମହାନଗରପାଳିକା ଓ ସ୍ୱାସ୍ଥ୍ୟ ବିଭାଗ ଏମାନଙ୍କ ସହ ଯୋଗଯୋଗ କରିପାରୁନାହାଁନ୍ତି । ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସେମାନଙ୍କ ସନ୍ଧାନ କରାଯାଉଛି ।’ ଓମିକ୍ରନ୍ ଆସିବା ପରଠୁ ଦକ୍ଷିଣ ଆଫ୍ରିକାରୁ ୫୭ ଜଣ ବେଙ୍ଗାଲୁରୁ ଫେରିଛନ୍ତି । ଏମାନଙ୍କ ମଧ୍ୟ ୧୦ ବିଦେଶୀ ନାଗରିକଙ୍କ କୌଣସି ସନ୍ଧାନ ମିଳିନି । ଫେରିବା ବେଳେ ଏୟାରପୋର୍ଟରେ ଦେଇଥିବା ଠିକଣାରେ ମଧ୍ୟ ଏମାନେ ନାହାନ୍ତି ।

Leave a Reply

Your email address will not be published. Required fields are marked *