ଭୁବନେଶ୍ୱର : ରାଜ୍ୟରେ ଦୈନିକ ସଂକ୍ରମଣ ୧୧ ହଜାର ଉପରେ ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୧,୦୮୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୧୦୬୧ ଜଣ ୧୮ ବର୍ଷରୁ କମ୍ ବୟସର ଶିଶୁ କିଶୋର ଥିବା ଜଣାଯାଇଛି। ସମସ୍ତ ସଂକ୍ରାମିତଙ୍କ ମଧ୍ୟରୁ ୬୪୩୧ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣରୁ ୪୬୫୫ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି ।

ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୪୬୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩,୪୬୯ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୧୪୧୬, କଟକରୁ ୭୬୭, ଷ୍ଟେଟ୍‌ପୁଲରୁ ୭୫୯,ମୟୂରଭଞ୍ଜରୁ ୩୯୩, ବାଲେଶ୍ୱରରୁ ୩୨୩, ସମ୍ବଲପୁରରୁ ୩୦୨, ବଲାଙ୍ଗିରରୁ ୩୦୦, ଯାଜପୁରରୁ ୨୭୫, ଜଗତସିଂହପୁରରୁ ୨୭୩, କଳାହାଣ୍ଡିରୁ ୨୫୩, କେନ୍ଦୁଝରରୁ ୨୨୩ ଓ କୋରାପୁଟରୁ ୧୯୬ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାବାଦ ପୁରୀରୁ ୧୮୮, ରାୟଗଡ଼ାରୁ ୧୮୭, ଢେଙ୍କାନାଳରୁ ୧୫୭, ସୁବର୍ଣ୍ଣପୁରରୁ ୧୫୩, ନୟାଗଡ଼ରୁ ୧୪୯, ଅନୁଗୁଳରୁ ୧୩୯, ନବରଙ୍ଗପୁରରୁ ୧୩୭, ଭଦ୍ରକରୁ ୧୩୨, ଝାରସୁଗୁଡ଼ାରୁ ୧୩୨,ବରଗଡ଼ରୁ ୧୨୫, ଗଞ୍ଜାମରୁ ୧୧୬ ଓ ନୂଆପଡ଼ାରୁ ୧୦୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ୧୧,୫୫,୪୮୭ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିପରି ୧୦,୬୬, ୦୩୨ ଜଣ ସୁସ୍ଥ ହୋଇଛନ୍ତି । ଏବେ ବି ୮୦, ୯୧୪ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି । କେବଳ ଜାନୁଆରୀ ମାସର ୧୮ ଦିନରେ ଚିହ୍ନଟ ହେଲେଣି ୯୯,୬୭୨ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗତକାଲି ତୁଳନାରେ ୫୯୭ ଅଧିକ ମାମଲା ଚିହ୍ନଟ ହୋଇଛି ।