ଭୁବନେଶ୍ୱର: ରଜଧାନୀର ସାଇନ୍ସ ପାର୍କ ନିକଟରେ ଜଣେ ଯୁବକଙ୍କୁ ଏକାଧିକ ଯୁବକ ଛୁରା ମାଡ଼ କରିଥିବା ଅଭିଯୋଗ ହୋଇଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ୨୫ରୁ ଅଧିକ ଯୁବକ ଛୁରା ମାଡ଼ କରିଥିବା ସୂଚନା । ଆକ୍ରମଣରେ ଯୁବକ ଆହତ ହୋଇଛନ୍ତି । ଆହତ ହୋଇଥିବା ଯୁବକଙ୍କ ନାଁ ଆଶିଷ କୁମାର ।

ଛୁରା ମାଡ଼ ନେଇ ସହୀଦ ନଗର ଥାନାରେ ଅଭିଯୋଗ କରିଛନ୍ତି ଆକ୍ରମଣର ଶିକାର ହୋଇଥିବା ଯୁବକ ଆଶିଷ । ଅଭିଯୋଗ ପରେ ଘଟଣାସ୍ଥଳରେ ଯାଇ ଖୋଳତାଡ କରିବା ସହ ଆକ୍ରମଣକାରୀଙ୍କୁ ଧରିବାକୁ ତନାଘନା ତଦନ୍ତ ଆରମ୍ଭ ହୋଇଛି ପୋଲିସ ।

Leave a Reply

Your email address will not be published. Required fields are marked *