ଭୁବନେଶ୍ୱର ୨୭।୯ : ସାରା ରାଜ୍ୟର ସମସ୍ତ ଡିଗ୍ରୀ କଲେଜରେ ଯୁକ୍ତ ୩ ପ୍ରଥମ ବର୍ଷ ପାଇଁ ଏବେ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ଚାଲିଥିଲା ବେଳେ ୨୭ ତାରିଖ ଭାରତ ବନ୍ଦକୁ ଦୃଷ୍ଟିରେ ରଖି ନାମଲେଖା ଅବଧି ବୃଦ୍ଧି କରିଛି ଉଚ୍ଚଶିକ୍ଷା ବିଭାଗ। ସୂଚନାଯୋଗ୍ୟ, ଗତ ୨୩ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇଥିଲା। ଏଥିରେ ମୋଟ୍‌ ୪୦,୬୧୧ ଛାତ୍ରୀଛାତ୍ର ନାମଲେଖା ପାଇଁ ମନୋନୀତ ହୋଇଥିବାବେଳେ ଏମାନଙ୍କ ମଧ୍ୟରେ ୨୧,୫୮୪ଜଣ ଛାତ୍ରୀ, ୧୯,୦୨୪ଜଣ ଛାତ୍ର ଓ ୩ଜଣ କିନ୍ନର ରହିଛନ୍ତି। ମନୋନୀତ ଛାତ୍ରୀଛାତ୍ରମାନେ ୨୪ରୁ ୨୮ ତାରିଖ ମଧ୍ୟରେ ନାମ ଲେଖାଇବା ପାଇଁ ପୂର୍ବରୁ କୁହାଯାଇଥିଲା। ତେବେ ଭାରତ ବନ୍ଦକୁ ଦୃଷ୍ଟିରେ ରଖି ଆସନ୍ତା ୩୦ତାରିଖ ପର୍ଯ୍ୟନ୍ତ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ହେବ। ମନୋନୀତ ଛାତ୍ରୀଛାତ୍ରମାନେ ୩୦ତାରିଖ ସନ୍ଧ୍ୟା ୫ଟା ସୁଦ୍ଧା ନାମ ଲେଖାଇ ପାରିବେ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।

Leave a Reply

Your email address will not be published. Required fields are marked *