କଟକ: କଟକର ମହାନଦୀରେ ୪ ଜଣ ଛାତ୍ର ବୁଡିଯାଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଥିଲା ଓ ଅନ୍ୟ ୩ ଜଣ ନିଖୋଜ ହୋଇଯାଇବା ବେଳେ ଆଜି ସେମାନଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଏହି ସମସ୍ତ ଚାରିଜଣ ଛାତ୍ର ପୋତାପୋଖରୀ ଅଞ୍ଚଳର ବୋଲି ଜଣାଯାଇଛି।

କୋଳି ତୋଳିବାକୁ ଯାଇ ମହାନଦୀରେ ଭାସିଗଲେ ୪ ସ୍କୁଲ ଛାତ୍ର । କଟକ ଗାନ୍ଧିପଲ୍ଲୀ ବାଲିଗଡ଼ା ନିକଟରେ ଗତକାଲି ଏହି ଅଘଟଣ ଘଟିଥିଲା । ଗତକାଲି କହ୍ନେଇପୁର ଉଦିମୂଳ ଘାଟରୁ ଜଣେ ଛାତ୍ରର ମୃତଦେହ ଉଦ୍ଧାର ହୋଇଛି । ତାଙ୍କ ନାଁ ମୁନା ବେହେରା ଓ ଘର ପୋତାପୋଖରୀରେ ବୋଲି ଜଣାପଡିଛି ।

ଗତକାଲି ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଆଜି ସକାଳେ ଆଉ ୩ଜଣଙ୍କ ମୃତଦେହ ଉଦ୍ଧାର କରିଛନ୍ତି ସ୍ଥାନୀୟ ଲୋକେ। ସୂଚନା ଅନୁଯାୟୀ ଗୁରୁବାର ଅପରାହ୍ନରେ ଏହି ୪ ଜଣ ସାଙ୍ଗ ଗାନ୍ଧୀପଲ୍ଲୀ ବାଲିଗଡାରେ ଦୁଇଟି ସାଇକେଲ ରଖି ପଠାକୁ କୋଳି ତୋଳିବାକୁ ଯାଇଥିବାବେଳେ ନଦୀସ୍ରୋତରେ ଭାସି ଯାଇଥିଲେ। ଭାସି ଯିବା ସମୟରେ ନଦୀ ଭିତରଟି ଅନ୍ଧାରୁଆ ହୋଇ ଯାଇଥିଲା। ଫଳରେ, ଏ ସଂପର୍କରେ କେହି ଜାଣି ପାରି ନଥିଲେ। ବିଳମ୍ବିତ ରାତିରେ କିଛି ଯୁବକ ନଦୀକୁ ଶୌଚ ହେବାକୁ ଯାଇଥିବାବେଳେ ସେଠାରେ ଦୁଇଟି ସାଇକେଲ ପଡ଼ିଥିବା ଦେଖି ଆଖପାଖ ଲୋକଙ୍କୁ ଖବର ଦେଇଥିଲେ। ଖବର ଦେବା ପରେ ନୂଆବଜାର ପୋତାପୋଖରୀ ଅଞ୍ଚଳର ଦୁଇ ଜଣ ସ୍କୁଲ ଛାତ୍ର ଘରୁ ନଦୀକୁ କୋଳି ତୋଳିବାକୁ ଯାଉଛନ୍ତି ବୋଲି କହି ଆଉ ଘରକୁ ଫେରି ନଥିବା ଜଣାପଡ଼ିଥିଲା।

ରାତି ଯାଏ ଘରକୁ ନଫେରିବାରୁ ବହୁ ଖୋଜାଖୋଜି କରିଥିଲେ ପରିବାର ଲୋକ । କିଛି ସ୍ଥାନୀୟ ଯୁବକ ନଦୀକୁ ଶୌଚ ପାଇଁ ଯାଇଥିବା ବେଳେ ସାଇକେଲ୍ ଦୁଇଟି ପଡ଼ିଥିବା ଦେଖିଥିଲେ । ଚାଉଳିଆଗଞ୍ଜ ଥାନାରେ ଅଭିଯୋଗରେ ପରେ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଥିଲା ଅଗ୍ନିଶମ ବାହିନୀ ଟିମ୍ । ଘଟଣାସ୍ଥଳରେ ନିଜେ ପହଞ୍ଚି ଅନୁଧ୍ୟାନ କରିଥିଲେ କଟକ ଡିସିପି ପ୍ରତୀକ ସିଂ । ରାତି ହେବାରୁ ଉଦ୍ଧାର କାର୍ୟ୍ୟ ବନ୍ଦ ହୋଇଥିଲା ।

Leave a Reply

Your email address will not be published. Required fields are marked *