ଦିଲ୍ଲୀ: ସକାଳୁ ଭୂକମ୍ପର ଝଟକା । ଭାରତର କିଛି ଅଞ୍ଚଳରେ ଭୂକମ୍ପର ଝଟକା ଅନୁଭୂତ ହୋଇଛି । ଭାରତ-ମିଆଁମାର ସୀମାନ୍ତ ନିକଟରେ ୬.୧ ତୀବ୍ରତାସମ୍ପନ୍ନ ଗୋଟାଏ ଭୂମିକମ୍ପ ସଂଘଠିତ ହୋଇଥିବା କଥା ‘ନ୍ୟାସ୍‌ନାଲ୍‌ ସେଣ୍ଟର୍‌ ଫର୍‌ ସିସ୍ମୋଲୋଜି’ କହିଛି । ଏହି ଭୂକମ୍ପ ଝଟକା ପଶ୍ଚିମବଙ୍ଗର ରାଜଧାନୀ କୋଲକାତା ଓ ମିଜୋରାମର ଥେନଜୋଲରେ ଅନୁଭୂତ କରାଯାଇଛି ।

ଏହି ଭୂକମ୍ପ ଯୋଗୁଁ କୌଣସି ସ୍ଥାନରେ କ୍ଷୟକ୍ଷତି ହୋଇନାହିଁ । ୟୁରୋପିଆନ୍ ମେଡ଼ିଟେରାଆନ୍ ସିସ୍ମୋଲୋଜିକାଲ ସେଣ୍ଟରର ସୂଚନା ଅନୁସାରେ, ଏହି ଭୂକମ୍ପର କେନ୍ଦ୍ର ମିଜୋରାମର ଥେନଜୋଲଠାରୁ ୭୩ କିଲୋମିଟର ଦକ୍ଷିଣ ପୂର୍ବରେ ଭାରତ – ମିଆଁମାର ସୀମା ନିକଟରେ ଥିଲା । ଉକ୍ତ ଭୂମିକମ୍ପର ପ୍ରଭାବରେ ସମଗ୍ର ତ୍ରିପୁରା, ମଣିପୁର, ମିଜୋରାମ ଏବଂ ଆସାମରେ କମ୍ପନ୍ନ ଅନୁଭୂତ ହୋଇଛି। ପ୍ରତ୍ୟକ୍ଷଦର୍ଶୀ ବିବରଣୀ ସଂଗ୍ରହ କରୁଥିବା ‘ୟୁରୋପିଆନ୍-ମେଡିଟେରାନିଆନ୍‌ ସିସ୍ମୋଲୋଜିକାଲ ସେଣ୍ଟର୍‌’ର (ଇଏମ୍‌ଏସ୍‌ସି) କହିଛି ଯେ, ସୁଦୂର କୋଲ୍‌କାତାରେ ମଧ୍ୟ ଭୂମିକମ୍ପର କମ୍ପନ ଅନୁଭୂତ ‌ହୋଇଥିଲା।

Leave a Reply

Your email address will not be published. Required fields are marked *