ବାଲିପାଟଣା : ରାଜଧାନୀ ଉପକଣ୍ଠ ବାଲିପାଟଣା ଥାନା ଅଞ୍ଚଳରେ ୯ ବର୍ଷର ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଦୁଷ୍କର୍ମ କରିଥିବା ଯୁବକ ଫେରାର୍‍ ହୋଇଯାଇଛି। ନାବାଳିକାଙ୍କୁ ଗୁରୁତର ଅବସ୍ଥାରେ ବାଲିପାଟଣା ପିସିଆର୍‍ ପୁଲିସ୍‍ କର୍ମଚାରୀ ଉଦ୍ଧାର କରି ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଅବସ୍ଥା ଗୁରୁତର ଥିବାରୁ ନାବାଳିକାଙ୍କୁ କ୍ୟାପିଟାଲ୍‍ ହସ୍ପିଟାଲ୍‍ ପଠାଇ ଦିଆଯାଇଛି।

ଦୁଷ୍କର୍ମ ଘଟଣାକୁ ନେଇ ନାବାଳିକାଙ୍କ ପରିବାର ପକ୍ଷରୁ ବାଲିପାଟଣା ଥାନାରେ ଲିଖିତ ଅଭିଯୋଗ ହୋଇଛି। ନାବାଳିକା ଜଣକ ଗ୍ରାମ ନଳକୂଅରୁ ପାଣି ଆଣିବାକୁ ଯିବାବେଳେ ସମ୍ପୃକ୍ତ ଯୁବକ ବିଶ୍ୱଜିତ୍‍ ସେଠୀର ପାପ ନଜର ପଡ଼ିଥିଲା। ଝିଅଟିକୁ ବିଶ୍ୱଜିତ୍‍ ନିଜ ଘର ପାଇଖାନାକୁ ନେଇ ଦୁଷ୍କର୍ମ କରିଥିଲା। ନାବାଳିକା ଜଣକ ଭୟ କରିଯିବା ସହ କାନ୍ଦି କନ୍ଦି ଘରେ ପହଞ୍ଚି ପରିବାର ଲୋକଙ୍କୁ ଜଣାଇଥିଲେ। ସେତେବେଳକୁ ନାବାଳିକା ଅବସ୍ଥା ଗୁରୁତର ହୋଇଯାଇଥିଲା। ପରିବାର ଲୋକେ ତୁରନ୍ତ ପୁଲିସକୁ ଘଟଣା ସମ୍ପର୍କରେ ଜଣାଇଥିଲେ। ସଙ୍ଗେ ସଙ୍ଗେ ପିସିଆର୍‍ ଭ୍ୟାନ୍‍ ଗ୍ରାମରେ ପହଞ୍ଚି ନାବାଳିକାଙ୍କୁ ହସ୍ପିଟାଲ୍‍ରେ ଭର୍ତ୍ତି କରିଥିଲେ। ସନ୍ଧ୍ୟାରେ ନାବାଳିକାଙ୍କ ବାପା ବାଲିପାଟଣା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ସୂଚନାନୁସାରେ ମଧ୍ୟାହ୍ନ ବେଳେ ନାବାଳିକାଟି ଗାଁ ଦାଣ୍ଡରେ ଏକ ପାଣି ଟ୍ୟାପ୍ ପାଖରେ ଏକୁଟିଆ ଗାଧୋଉଥିଲା। ପୂର୍ବରୁ ତା ଉପରେ ଲୋଲୁପଦୃଷ୍ଟି ରଖିଥିବା ୨୦ ବର୍ଷୀୟ ପଡ଼ୋଶୀ ଯୁବକ ପାଇଁ ମଉକା ଜୁଟି ଯାଇଥିଲା। କାରଣ ସେତେବେଳେ ଗାଁ ଦାଣ୍ଡ ନିଛାଟିଆ ଥିଲା । କାମାନ୍ଧ ଯୁବକ ଅଚାନକ ନାବାଳିକାର ମୁହଁ ବନ୍ଦ କରି ଟେକି ନେଇଥିଲା। ଉକ୍ତ ଟ୍ୟାପ୍‌ଠାରୁ କିଛି ଦୂରରେ ଏକ ନିଛାଟିଆ ବଣ ଭିତରେ ଗଛ ଅଢ଼ୁଆଳରେ ସେ ନାବାଳିକାକୁ ଦୁଷ୍କର୍ମ କରିଥିଲା। ନାବାଳିକାର ମୁହଁକୁ ଚାପି ରଖିଥିବାରୁ ସେ ଆଉ ପାଟି କରିପାରିନଥିଲା। କିନ୍ତୁ ଅଧିକ ସମୟ ମୁହଁକୁ ଚାପି ଧରିଥିବାରୁ ନାବାଳିକାଟି ଅଣନିଃଶ୍ବାସୀ ହୋଇପଡ଼ିଥିଲା । ତେଣୁ ଦୁର୍ବୃତ୍ତ ଘଟଣାସ୍ଥଳରୁ ପଳାଇବା ପରେ ବି କିଛି ସମୟ ପର୍ଯ୍ୟନ୍ତ ନାବାଳିକାଟି ଗଛମୂଳେ ସେମିତି ଅବଶ ଅବସ୍ଥାରେ ପଡ଼ିରହିଥିଲା। ତେବେ କିଛି ସମୟ ପରେ ସେ ଉଠି କଷ୍ଟେମଷ୍ଟେ ଘରକୁ ଫେରିଥିଲା । ରକ୍ତାକ୍ତ ଅବସ୍ଥାରେ ତାକୁ ଦେଖିବାପରେ ପରିବାର ଲୋକଙ୍କ ମୁଣ୍ଡରେ ଚଡ଼କ ପଡ଼ିଯାଇଥିଲା। କାନ୍ଦି କାନ୍ଦି ନାବାଳିକାଟି ମା’ ଆଗରେ ସବୁ କହିଥିଲା। ଘର କାନ୍ଦବୋବାଳିରେ ଫାଟି ପଡ଼ିଥିବା ବେଳେ ବାପା ତୁରନ୍ତ ପୁଲିସ କଣ୍ଟ୍ରୋଲ ରୁମ୍‌ ସହ ଯୋଗାଯୋଗ କରିଥିଲେ।