ଭୁବନେଶ୍ୱର: ଭୁବନେଶ୍ୱର ରସୁଲଗଡ଼ ବ୍ରିଜ ଉପରେ ବାଇକ୍‌କୁ ଦ୍ରୁତ ଗତିରେ ଏକ୍‌ ପିଟିଥିବା ଜଣାପଡ଼ିଛି । ଫଳରେ ପୋଲ ଉପରୁ ସ୍ୱାମୀ-ସ୍ତ୍ରୀ ତଳକୁ ଛିଟିକି ପଡିଛନ୍ତି । ଗତକାଲି ଭୁବନେଶ୍ୱରରୁ କଟକ ଆଡକୁ ଯାଉଥିବା ବେଳେ ରସୁଲଗଡ଼ ବ୍ରିଜ ଉପରେ ବାଇକ୍‌ରେ ଯାଉଥିବା ଦମ୍ପତିଙ୍କୁ ପଛଆଡୁ ଏହି କାର୍‌ଟି ପିଟିଥିଲା ।

ତେବେ ଘଟଣାସ୍ଥଳରେ ପୋଲିସ୍‌ ପହଞ୍ଚି ତଳକୁ ଛିଟିକି ପଡିଥିବା ସ୍ୱାମୀ-ସ୍ତ୍ରୀଙ୍କୁ ଉଦ୍ଧାର କରିଛି । ଅନ୍ୟପଟେ ଘଟଣା ସ୍ଥଳରେ ଟ୍ରାଫିକ ଜାମ୍‌ ହଟେଇବା ସହ ଡ୍ରାଇଭରକୁ ଅଟକ ରଖିଛି ପୋଲିସ ।