ଲକ୍ଷ୍ନୌ: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଶନିବାର ଭାଜପା ପକ୍ଷରୁ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ହେବାକୁ ଥିବା ୫୮ ସିଟ୍‌ ପାଇଁ ୫୭ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ ପାଇଛି। ସେହିପରି ଦ୍ୱିତୀୟ ପର୍ଯ୍ୟାୟରେ ହେବାକୁ ଥିବା ୫୫ ସିଟ୍‌ ପାଇଁ ୩୮ ପ୍ରାର୍ଥୀଙ୍କ ନାମ ଘୋଷଣା ହୋଇଛି।

ଗୋରଖପୁରରୁ ଲଢ଼ିବେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ସେହିପରି ସିରାଥୁରୁ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ଲଢ଼ିବେ। ଏନେଇ ପ୍ରେସ୍‌ମିଟ୍‌ରେ ବିଜେପିର ଉତ୍ତରପ୍ରଦେଶ ନିର୍ବାଚନ ଇନ୍‌ଚାର୍ଜ ଦାୟିତ୍ୱରେ ଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି। ଯୋଗୀ ଆଦିତ୍ୟନାଥ ଅଯୋଧ୍ୟା କିମ୍ବା ମଥୁରାରୁ ନିର୍ବାଚନ ଲଢ଼ିପାରନ୍ତି ବୋଲି ପୂର୍ବରୁ ଚର୍ଚ୍ଚା ହେଉଥିଲା। ସୂଚନା ଥାଉକି, ଉତ୍ତର ପ୍ରଦେଶର ୪୦୩ ବିଧାନସଭା ଆସନରୁ ସାତ ପର୍ଯ୍ୟାୟରେ ୧୦ ପେବୃୟାରୀରୁ ନିର୍ବାଚନ ହେବ ।

Leave a Reply

Your email address will not be published. Required fields are marked *