ନୂଆଦିଲ୍ଲୀ: ଭାରତୀୟ ସେନାର (Indian Army) ବୀରତ୍ୱକୁ ସମ୍ମାନ ଜଣାଇ ଦେଶରେ ପ୍ରତିବର୍ଷ ୧୫ ଜାନୁଆରୀରେ ସେନା ଦିବସ (Army Day) ପାଳନ କରାଯାଏ। ଏହି ବର୍ଷ ୭୩ତମ ସମ୍ମାନ ଦିବସ ପାଳନ କରାଯାଉଛି। ଏହି ବିଶେଷ ଦିବସ ଅବସରରେ ସମଗ୍ର ଦେଶ ଭାରତୀୟ ସେନାର (Indian Army) ବୀରତ୍ୱ, ସେନାର ଅଦମ୍ୟ ସାହସ ଏବଂ ଦେଶ ପାଇଁ ସେନାର ବଳିଦାନକୁ ମନେ ରଖିଛି।

କାହିଁକି ପାଳନ ହୁଏ ଆର୍ମି ଡେ’

ବ୍ରିଟିଶମାନଙ୍କଠାରୁ (British Empire) ମୁକ୍ତ ହେବା ପରେ ପ୍ରଥମ ଥର ପାଇଁ ଶେଷ ବ୍ରିଟିଶ କମାଣ୍ଡର (British Army Commander) ଜେନେରାଲ ସାର୍ ଫ୍ରାନ୍ସିସ୍ ବଚର୍ଙ୍କ (General sir Francis Burch) ଠାରୁ ଫିଲ୍ଡ ମାର୍ଶଲ କୋଦଣ୍ଡେରା ଏମ କାରିଆପା (Marsel Kodendera M Coriappa) ଭାରତୀୟ ସେନାର ପ୍ରଥମ କମାଣ୍ଡର-ଇନ୍-ଚିଫ୍ ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ। ସେତେବେଳେ ଭାରତୀୟ ସେନାରେ 2 ଲକ୍ଷ ସେନା ରହିଥିଲେ। ତାଙ୍କ ସମ୍ମାନାର୍ଥେ ପ୍ରତିବର୍ଷ ସେନା ଦିବସ ପାଳନ କରାଯାଏ | M Cariappa ପ୍ରଥମ ଭାରତୀୟ ଯିଏକି ଭାରତୀୟ ସେନାର ନେତୃତ୍ୱ ନେଇଥିଲେ। ଏଠାରେ କହି ରଖୁଛୁ ଯେ ଭାରତୀୟ ସେନା ୧ ଏପ୍ରିଲ ୧୮୯୫ରେ ପ୍ରାୟ ୧୨୫ ବର୍ଷ ପୂର୍ବେ ବ୍ରିଟିଶମାନଙ୍କ ଦ୍ୱାରା ପ୍ରତିଷ୍ଠିତ ହୋଇଥିଲା। କିନ୍ତୁ ୧୫ ଜାନୁୟାରୀ ୧୯୪୯ରେ ସେନାର ଶକ୍ତି ଜଣେ ଭାରତୀୟଙ୍କ ହସ୍ତାନ୍ତର କରାଯାଇଥିଲା।

ସେହିପରି ଏନେଇ ଆଜି ସ୍ଥଳସେନାକୁ ଟ୍ବିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ । ମୋଦି ଟ୍ବିଟ କରି ଲେଖିଛନ୍ତି ଯେ ଆମର ସାହାସୀ ସୈନିକ ଓ ସେମାନଙ୍କ ପରିବରର୍ଗଙ୍କୁ ସେନା ଦିବସ ଅବସରରେ ମୋର ଶୁଭେଚ୍ଛା ଓ ଶୁଭକାମନା ।

ଭାରତୀୟ ସେନା ନିଜର ସାହସିକତା ଓ ନିଜର ବୃତ୍ତିକୁ ନେଇ ଜଣାଶୁଣା । ଜାତୀୟ ନିରାପତ୍ତା ଦିଗରେ ଭାରତୀୟ ସେନାର ଅମୂଲ୍ୟ ଅବଦାନ ରହିଛି । ଯାହା ଭାଷାରେ ବର୍ଣ୍ଣନା କରିବା ଅସମ୍ଭବ ଅଟେ । ସେନା ଦିବସ ଅବସରରେ ଅନେକ ଫଟୋ ମଧ୍ୟ ଟ୍ବିଟରରେ ସେୟାର କରିଛନ୍ତି ପ୍ରଧାନମନ୍ତ୍ରୀ । ଏଥି ସହ ସେ ଆହୁରି ମଧ୍ୟ କହିଛନ୍ତି ଯେ ଭାରତୀୟ ସେନା ପ୍ରାକୃତିକ ବିପର୍ୟ୍ୟୟ ସମେତ ମାନବିକ ସଙ୍କଟ ସମୟରେ ମଧ୍ୟ ସାହାଯ୍ୟ କରିବାରେ ଆଗରେ ରହିଥାନ୍ତି । ଭାରତୀୟ ସେନାର ଏଭଳି କାର୍ୟ୍ୟ ପାଇଁ ଆଜି ଦେଶ ଗର୍ବିତ ।

Leave a Reply

Your email address will not be published. Required fields are marked *