ଭଦ୍ରକ,୭/୮(ସୂର୍ଯ୍ୟୋଦୟ ବିଶ୍ୱାଳ):ରାଜ୍ୟ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀଯୁକ୍ତ ଅଶ୍ଵିନୀ କୁମାର ପାତ୍ର ଆଜି ଦିନିକିଆ ଗସ୍ତରେ ଆସି ବାସୁଦେବପୁରରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ପ୍ରଥମେ ମନ୍ତ୍ରୀ ସ୍ଥାନୀୟ ଟାଉନ ହଲ୍ ପରିସରରେ କାବ୍ୟ ସମଗ୍ର ଲୋକାର୍ପଣ ଉତ୍ସବରେ ଯୋଗ ଦେଇ ସ୍ଥାନୀୟ ଚାରିବାଟିଆକୁ ଯାଇ ଐହିତ୍ୟ କୋଷ୍ଟକେନାଲ,ମନ୍ତେଇ,ଭଗ୍ନକୋଠାଆଦି ବୁଲି ଦେଖିବା ସହ ମହାତ୍ମା ଗାନ୍ଧୀଙ୍କ ପ୍ରତିମୃତ୍ତିରେ ପୁଷ୍ପ ମାଲ୍ୟ ଅର୍ପଣ କରି ଏକ ସଭାରେ ଯୋଗ ଦେଇ ଥିଲେ।ଗାନ୍ଧୀ ସ୍ମୃତି କମିଟି ପକ୍ଷରୁ ଏକ ଦାବି ପତ୍ର ପ୍ରଦାନ କରାଯାଇଥିବା ସମସ୍ତ ଦାବି ଜିଲ୍ଲାପାଳଙ୍କ ସହ ଆଲୋଚନା କରି ନିଷ୍ପତି ଗ୍ରହଣ କରାଯିବ ବୋଲି ତାଙ୍କର ବକ୍ତବ୍ୟରେ ମନ୍ତ୍ରୀ ଶ୍ରୀଯୁକ୍ତ ପାତ୍ର ପ୍ରକାଶ କରିବା ସହ ଯୁବ ବିଧାୟକ ବିଧାନସଭାରେ କଥାଟିକୁ ଉପସ୍ଥାପନ କରିଥିବାରୁ ଧନ୍ୟବାଦ ଅର୍ପଣ କରିଥିଲେ।ଚାରିଵାଟିଆରୁ ମନ୍ତ୍ରୀ ରକ୍ତ ତୀର୍ଥ ଇରମକୁ ଯାଇ ସହିଦ ସ୍ମୃତିରେ ପୁଷ୍ପ ମାଲ୍ୟ ଅର୍ପଣ କରି ପରେ ଏକ ଆଲୋଚନା ସଭାରେ ଯୋଗ ଦେଇ ରକ୍ତ ସହୀଦ ପୀଠର ବିକାଶ ପାଇଁ ସମସ୍ତ ସୁବିଧା ଯୋଗାଇ ଦେବୁ ବୋଲି କହିବା ସହ ପୁଣ ଥରେ ବିଧାୟକଙ୍କୁ ଧନ୍ୟବାଦ ମନ୍ତ୍ରୀ କହିଥିଲେ ରକ୍ତତୀର୍ଥ ଇରମ ସସିଦ ପୀଠର ବିକାଶ ପାଇଁ ଏକ ଦାବୀ ପତ୍ର ପ୍ରଦାନ କରିଥିଲେ ।ମନ୍ତ୍ରୀଙ୍କ ସହ ବାସୁଦେବପୁର ବିଧାୟକ ବିଷ୍ଣୁବ୍ରତ ରାତରାୟ,ନିବେଦିତା ବେହେରା,ଅସିତକୁମାର ଦାଶ,କୃଷ୍ଣଚନ୍ଦ୍ର ଘଡେଇ,ସଂଯୁକ୍ତା ଦାସ,ପ୍ରୁଫୁଲ ପଳିତା,ରଶ୍ମିରଞ୍ଜନ ମହାନ୍ତି,ସୁରେଶ ଚନ୍ଦ୍ର ମହାନ୍ତି, ଦିନବନ୍ଧୁ ଦାସ,ପ୍ରୁଫୁଲ ବିଶ୍ୱାଳ, ପ୍ରମୁଖ ବିଭିନ୍ନ ସଭାରେ ଯୋଗଥିଲେ।