ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ସ୍ଥିତ ଚନ୍ଦ୍ରଶେଖରପୁର ଅଞ୍ଚଳରେ ଥିବା ଏକ ଭଡା ଘରୁ ଉଦ୍ଧାର ହୋଇଛି ବିବାହିତ ମହିଳାଙ୍କ ମୃତଦେହ । ସେ ଆତ୍ମହତ୍ୟା କରିଥିବାର ସୂଚନା ମିଳିଥିବା ବେଳେ ସେ କେଉଁ କାରଣରୁ ଆତ୍ମହତ୍ୟା କରିଛନ୍ତି ସ୍ପଷ୍ଟ ହୋଇନାହିଁ। ମୃତ ମହିଳା ଜଣକ ହେଉଛନ୍ତି ପ୍ରିୟଙ୍କା ରାୟ ସାମନ୍ତ । ଭୁବନେଶ୍ୱର ଚନ୍ଦ୍ରଶେଖରପୁରରେ ସେ ଭଡ଼ାରେ ରହୁଥିବାବେଳେ ତାଙ୍କ ଘର ଢ଼େଙ୍କାନାଳ ଅଞ୍ଚଳରେ ବୋଲି ଜଣାପଡିଛି ।

ସୂଚନା ଅନୁଯାୟୀ, ୮ ବର୍ଷ ତଳେ ପ୍ରିୟଙ୍କା ଖୋର୍ଦ୍ଧାର ରତୀକ ଦାଶଙ୍କୁ ବିବାହ କରିଥିଲେ। ସ୍ବାମୀ ଓ ୨ ଛୁଆଙ୍କ ସହ ଚନ୍ଦ୍ରଶେଖରପୁର ଅଞ୍ଚଳରେ ଭଡ଼ାରେ ରହୁଥିବାବେଳେ ଆଜି ତାଙ୍କ ମୃତଦେହ ଭଡ଼ା ଘରୁ ଉଦ୍ଧାର ହୋଇଛି। ପରିବାରିକ କଳହ ଯୋଗୁଁ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ଚନ୍ଦ୍ରଶେଖରପୁର ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି।