ବଲାଙ୍ଗୀର: ଶନିବାର ଆରଟିଓ ଅଫିସ ଛକରେ ହୋଇଥିବା ହିଟ୍‌ ଆଣ୍ଡ ରନ୍‌ ଘଟଣାକୁ ନେଇ ସାମ୍ନାକୁ ଆସିଲା ଆଉ ଏକ ଭିଡିଓ । ଦୁର୍ଘଟଣା ଘଟାଇଥିବା ମିନିଟ୍ରକଟି ଜାଣିଶୁଣି ଦ୍ରୁତଗତିରେ ଟିଟିଲାଗଡ ପଟରୁ ଆସି ସାମ୍ନାରେ ଆସୁଥିବା ବାଇକକୁ ଧକ୍କା ଦେଇଥିଲା । ଫଳରେ ବାଇକରେ ଥିବା ସୋନୁ ନାଏକ ଆହତ ହେବା ସହ ବିକ୍ରମ ବାଗଙ୍କ ମୃତ୍ୟୁ ହୋଇଥିଲା । ଦୁର୍ଘଟଣା ପରେ ମାଷ୍ଟରମାଇଣ୍ଡ ଚିତ୍ତ ମହାନ୍ତଙ୍କୁ ଟ୍ରକରୁ ଟାଣି ଆଣି ମାଡ଼ ମାରିଥିଲେ ସ୍ଥାନୀୟ ଲୋକେ । ଚିତ୍ତ ନିଜେ ଟ୍ରକ୍ ଚଳାଉଥିଲା । ଚିତ ଟ୍ରକ୍ ଚଳାଉନଥିଲା ବୋଲି ପୂର୍ବରୁ କହୁଯାଉଥିଲା ।

କିଛି ଲୋକ ଚିତ୍ତ ଟ୍ରକ୍ ଚଳାଉଥିବା କହୁଥିବା ବେଳେ କିଛି ଲୋକ କହୁଥିଲେ ତାଙ୍କ ଭାଇ ମନ ମହାନ୍ତି ଟ୍ରକ୍ ଚଳାଉଥିଲେ । ଏବେ ଭିଡିଓ ସାମ୍ନାକୁ ଆସିବା ପରେ ଚିତ୍ତ ନିଜେ ଟ୍ରକ୍ ଚଳାଉଥିବା କଥା ସ୍ପଷ୍ଟ ହୋଇଛି । ସେପଟେ ହିଟ୍ ଆଣ୍ଡ ରନ୍ ଘଟଣାରେ ହତ୍ୟା ମାମଲା ରୁଜୁ କଲା ପୋଲିସ । ଏହା ଦୁର୍ଘଟଣା ନୁହେଁ ହତ୍ୟା ବୋଲି ପୋଲିସ କହିଛି ।ଅପରପକ୍ଷେ, ଆହତ ଚିତ୍ତରଞ୍ଜନ ମହାନ୍ତି ଚିକିତ୍ସା ଆଳରେ ରାଜ୍ୟବାହାରକୁ ଚାଲିଯାଉଥିବା ବେଳେ ଥିରୁବାଲି ଫାଣ୍ଡି ଖେଦାପଡା ଛକରୁ ପୁଲିସ କାବୁ କରି ବଲାଙ୍ଗିର ଆଣିଛି । ତେବେ ଚିତ୍ତ ମହାନ୍ତିଙ୍କ ସମେତ ଆହୁରି ଦୁଇଜଣକୁ ପୁଲିସ ପଚରାଉଚୁରା କରୁଛି ।

ଗତ ୨୧ ତାରିଖ ଦିନ ଦ୍ୱିପ୍ରହରରେ ହତ୍ୟା ଉଦ୍ଦେଶ୍ୟରେ ଏକ ୪୦୭ ଗାଡ଼ି ସାନୁଙ୍କ ବାଇକ ଉପରେ ଚଢ଼ି ଯାଇଥିଲା । ତାପରେ ଏକ ଟ୍ରକକୁ ଧକ୍କା ଦେଇଥିଲା ଚିତ୍ତର ଗାଡ଼ି । ସିସିଟିଭି ଫୁଟେଜରେ ଦୁର୍ଘଟଣାର ପୂରା ଚିତ୍ର ସାମ୍ନାକୁ ଆସିବା ପରେ ପୋଲିସ ତଦନ୍ତ କରୁଛି । ଦୁର୍ଘଟଣାରେ ବାଇକ ଆରୋହୀ ସାନୁ ଗୁରୁତର ଆହତ ହୋଇଥିବା ବେଳେ ତାଙ୍କ ସହ ଥିବା ଶ୍ରୀକାନ୍ତ ବାଗଙ୍କର ମୃତ୍ୟୁ ହୋଇଥିଲା ।