କଟକ: ବ୍ୟାଙ୍କରୁ ଋଣ ନେଇ ସୁଝୁ ନଥିବା ଅଭିଯୋଗରେ କଟକ ଜଗତପୁର ଶିଳ୍ପାଞ୍ଚଳରେ ଥିବା ଏସ୍ ଆର୍ ଆଲକୋଭେଦ ପ୍ରାଇଭେଟ ଲିମିଟେଡ୍ ସଂସ୍ଥା ଉପରେ ସିବିଆଇର ଚଢ଼ାଉ । ଠକେଇ ଅଭିଯୋଗରେ ଭୁବନେଶ୍ୱର ସିବିଆଇ ଟିମ୍ ରେଡ୍ କରିଛି । ଅଭିଯୋଗ ହୋଇଛି ସଂପୃକ୍ତ ସଂସ୍ଥା ଦୁଇଟି ବ୍ୟାଙ୍କରୁ ୨୦୧୩ରେ ୭୩ କୋଟି ଟଙ୍କା ଋଣ ନେଇ ଆଉ ପରିଶୋଧ କରୁ ନାହିଁ । ଶେଷରେ କମ୍ପାନୀକୁ ବାଟକୁ ଆଣିବାକୁ ଓ ଲୋନ୍‌ ଦେଇଥିବା ଟଙ୍କା ଫେରସ୍ତ ପାଇବା ଆଶାରେ ସିବିଆଇ ଦ୍ୱାରସ୍ତ ହେଲେ ୨ ବ୍ୟାଙ୍କ କର୍ତ୍ତୃପକ୍ଷ । ଫଳରେ ଆଜି କଟକ ଜଗତପୁର ଫେଜ-୨ ଶିଳ୍ପାଞ୍ଚଳରେ ଥିବା ସମ୍ପୃକ୍ତ କମ୍ପାନୀ ଏସ୍ ଆର୍ ଆଲକୋଭେଦ ପ୍ରାଇଭେଟ ଲିମିଟେଡ୍ ଉପରେ ଚଢ଼ାଉ କରିଛି ସିବିଆଇ ଟିମ୍‌ ।

ଅଭିଯୋଗ ଅନୁସାରେ, କମ୍ପାନୀ ଆରମ୍ଭ କରିବାକୁ କହି ୮ ବର୍ଷ ପୂର୍ବେ ୨ଟି ବ୍ୟାଙ୍କରୁ ୭୭ କୋଟି ଟଙ୍କା ଲୋନ୍‌ ନେଇଥିଲେ। ଇତି ମଧ୍ୟରେ ୮ ବର୍ଷ ବିତିଗଲାଣି। ଲୋନ୍‌ ଶୁଝିବା ନାଁ ଧରୁ ନାହାନ୍ତି କମ୍ପାନୀର ମାଲିକ । ଏପରିକି ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ଧରାଛୁଆଁ ବି ଦେଉ ନାହାନ୍ତି। ଇତି ମଧ୍ୟରେ ବ୍ୟାଙ୍କ ଲୋନ୍‌ ପରିମାଣ ୭୭ କୋଟିରୁ ଆସି ୧୪୦ କୋଟିରେ ପହଞ୍ଚିଲାଣି। ଜଗତପୁର ଶିଳ୍ପାଞ୍ଚଳରେ ଥିବା ଏସ୍ ଆର୍ ଆଲକୋଭେଦ ପ୍ରାଇଭେଟ ଲିମିଟେଡ୍ ପାଇଁ କମ୍ପାନୀ କର୍ତ୍ତୃପକ୍ଷ ୨୦୧୩ ମସିହାରେ ୭୭ କୋଟି ଲୋନ୍‌ ନେଇଥିଲେ। ସଂସ୍ଥା ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ ୪୦ କୋଟି ଟଙ୍କାର ଋଣ ନେଇଥିବା ବେଳେ ଆଲାହାବାଦ ବ୍ୟାଙ୍କରୁ ୩୩ କୋଟି ଟଙ୍କା ଋଣ ଭାବେ ନେଇଥିଲା । ଏହାପରେ ଲୋନ୍‌ ଶୁଝିବାକୁ ଆଉ ସଂସ୍ଥା କର୍ତ୍ତୃପକ୍ଷ ଧରାଛୁଆଁ ଦେଇ ନ ଥିଲେ।

ବ୍ୟାଙ୍କ ପକ୍ଷରୁ ବାରମ୍ବାର ନୋଟିସ୍ ସତ୍ତ୍ୱେ ସଂପୃକ୍ତ ସଂସ୍ଥା କୌଣସି ଉତ୍ତର ଦେଉ ନଥିଲା । ଏନେଇ ସିବିଆଇରେ ଅଭିଯୋଗ କରିଥିଲେ ବ୍ୟାଙ୍କ କର୍ତ୍ତୃପକ୍ଷ । ଅଭିଯୋଗରେ ପରେ ଭୁବନେଶ୍ୱର ସିବିଆଇର ଟିମ୍ ଏସ୍. ଆର୍‌. ଆଲକୋଭେଦ୍ ଉପରେ ପଞ୍ଝା ମାରିଛି ।

Leave a Reply

Your email address will not be published. Required fields are marked *