ରାଉରକେଲା : ଯୁକ୍ତ ଦୁଇ ପରୀକ୍ଷା ଦେଉଥିବା ବେଳେ ଜଣେ ଛାତ୍ରଙ୍କ ଅସ୍ୱାଭାବିକ ମୃତ୍ୟୁ ଘଟିଛି। ଏଭଳି ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ବଣାଇ ଅଞ୍ଚଳରେ। ମୃତ ଛାତ୍ର ଜଣକ ହେଲେ ଲହୁଣିପଡ଼ା ଥାନା ଅନ୍ତର୍ଗତ ଜୁନିଆନି ଗାଁର ଏମଡି ଆରବାଜ ।

ସୂଚନାମୁତାବକ; ସୁନ୍ଦରଗଡ଼ ଜିଲ୍ଲା ବଣାଇ କଲେଜରେ ପରୀକ୍ଷା ଚାଲିଥିବା ବେଳେ ହଠାତ୍ ସେ ଅଚେତ ହୋଇଯାଇ ତଳେ ପଡ଼ିଯାଇଥିଲେ। ତାଙ୍କୁ ତୁରନ୍ତ ବଣାଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ତେବେ ଡାକ୍ତରଖାନାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା। ଆରବାଜଙ୍କର କିପରି ମୃତ୍ୟୁ ଘଟିଲା, ତାର କାରଣ ଅସ୍ପଷ୍ଟ ରହିଛି। ଶବ ବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି। ତାଙ୍କ ଘର ଲହୁଣୀପଡା ଥାନାର ଜୁନିଅନୀରେ ବୋଲି କଲେଜର ଅଧ୍ୟକ୍ଷ ସୂଚନା ଦେଇଛନ୍ତି। ଛାତ୍ରଙ୍କ ମୃତ୍ୟୁ ହେବା ପରେ କଲେଜରେ ଶୋକର ଛାୟା ଖେଳି ଯାଇଛି। ପୁଲିସ ଅନ୍ୟ ପରୀକ୍ଷାର୍ଥୀ ମାନଙ୍କୁ ପଚରାଉଚରା କରିବା ସହ ଘଟଣାର ତଦନ୍ତ କରୁଛି।