ମୁମ୍ବାଇ: ଟିଭି ଜଗତର ଆଉ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ବଲିଉଡ଼ର ଜଣାଶୁଣା କମେଡିଆନ୍‌ ରାଜୁ ଶ୍ରୀବାସ୍ତବଙ୍କୁ ହୃଦ୍‌ଘାତ। ହଠାତ୍‌ ବିଗିଡିଲା ତାଙ୍କ ସ୍ୱାସ୍ଥ୍ୟାବସ୍ଥା। ଏହାପରେ ତାଙ୍କୁ ଦିଲ୍ଲୀ ସ୍ଥିତ ଏମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏନେଇ ତାଙ୍କ ଭାଇ ଓ ପିଆର୍‌ ସୂଚନା ଦେଇଛନ୍ତି।

ମିଡିଆ ରିପୋର୍ଟ ମୁତାବକ, ରାଜୁ ଶ୍ରୀବାସ୍ତବ ଏକ ହୋଟେଲର ଜିମ୍‌ରେ ୱର୍କଆଉଟ୍‌ କରୁଥିଲେ। ଏତିକି ବେଳେ ତାଙ୍କ ସେ ଟ୍ରେଡ୍‌ମିଲ୍‌ ଉପରେ ଗଳି ପଡିଥିଲେ। ଏହାପରେ ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେଠାରେ ଡାକ୍ତର ତାଙ୍କୁ ହୃଦ୍‌ଘାତ ହୋଇଥିବା ସୂଚନା ଦେଇଛନ୍ତି। ରିପୋର୍ଟ ମୁତାବକ, କମେଡିଆନ୍‌ ଛୋଟ ଧରଣର ହାର୍ଟ ଆଟାକ୍‌ର ଶିକାର ହୋଇଥିଲେ। ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍‌ ଅଛି। ସେ ଖୁବଶୀଘ୍ର ହସ୍ପିଟାଲରୁ ଡିସଚାର୍ଜ ହୋଇପରନ୍ତି। ଆସନ୍ତା ୪୮ ଘଣ୍ଟା ଯାଏଁ ତାଙ୍କ ଅବଜରଭେସନ୍‌ ରଖାଯିବା ପରେ ହସ୍ପିଟାଲରୁ ଛୁଟି ମିଳିପାରେ।

ରାଜୁ ଶ୍ରୀବାସ୍ତ ଉତ୍ତରପ୍ରଦେଶ ଫିଲ୍ମ ବିକାଶ ପରିଷଦର ସଭାପତି ଅଟନ୍ତି। ରାଜୁ ଶ୍ରୀବାସ୍ତବଙ୍କୁ କମେଡିର ବାଦ୍‌ଶାହ କୁହାଯାଏ। ସେ ଅନେକ ଫିଲ୍ମ ଏବଂ ଟିଭି ଶୋ’ରେ କାମ କରିଛନ୍ତି। ବର୍ଷ ବର୍ଷ ଧରି ରାଜୁ ନିଜର କମେଡି ଦ୍ୱାରା ଲୋକମାନଙ୍କୁ ହସାଇ ଆସୁଛନ୍ତି। ସେ ପିଲାବେଳୁ ହିଁ କମେଡିଆନ ହେବାକୁ ଚାହୁଁଥିଲେ ଏବଂ ନିଜର ଏହି ସ୍ୱପ୍ନକୁ ପୂରା ମଧ୍ୟ କରିଥିଲେ। ରାଜୁ ଶ୍ରୀବାସ୍ତବ ଷ୍ଟେଜ୍‌ ଶୋ’ରୁ ନିଜର କ୍ୟାରିୟର ଆରମ୍ଭ କରିଥିଲେ।