ଚଣ୍ଡିଗଡ: କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁ ଏବେ ପଟିୟାଲା ଜେଲରେ ବନ୍ଦ ଅଛନ୍ତି । ୩୩ବର୍ଷ ପୁରୁଣା ଗାଡ଼ି ପାର୍କିଂ ମାମଲାରେ ସୁପ୍ରିମକୋର୍ଟ ତାଙ୍କୁ ସଜ୍ଜା ଶୁଣାଇଛନ୍ତି । ହସ୍ପିଟାଲରେ ଭର୍ତ୍ତି ହେଲେ କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁ। ପଟିଆଲା ଜେଲ୍‌ରୁ ତାଙ୍କୁ ହସ୍ପିଟାଲକୁ ନିଆଯାଇଛି। ଜେଲରେ ରୁଟି ଡାଲି ଖାଇବାକୁ ମନା କରିବା ପରେ ତାଙ୍କୁ ପଟିଆଲା ରାଜେନ୍ଦ୍ର ହସ୍ପିଟାଲକୁ ନିଆଯାଇଛି। ସେଠାରେ ତାଙ୍କ ମେଡିକାଲ ଚେକ୍‌ଅପ୍ ହେବ ବୋଲି ଖବର ମିଳିଛି।

ସୂଚନା ମୁତାବକ, ସିଦ୍ଧୁ ଜେଲରେ ମିଳୁଥିବା ରୁଟି ଏବଂ ଡାଲି ଖାଇବାକୁ ସିଧା ସିଧା ମନା କରିଦେଇଛନ୍ତି। ତାଙ୍କ ଓକିଲଙ୍କ କହିବା ମୁତାବକ, ଗତ ଦୁଇ ଦିନ ହେଲା ସେ କେବଳ ଫଳ ଖାଇ ରହିଛନ୍ତି। ସେ କହିଛନ୍ତି, ଏହି ବୋର୍ଡ ସିଦ୍ଧୁଙ୍କ ଲାଗି ଡାଏଟ ପ୍ଲାନ ପ୍ରସ୍ତୁତ କରିବ । ସିଦ୍ଧୁ କହିଛନ୍ତି ଯେ ତାଙ୍କୁ ଗହମରେ ଏଲର୍ଜୀ ରହିଛି, ଏପରିସ୍ଥଳେ ସେ ଜେଲର ଖାଦ୍ୟ ଖାଇବାକୁ ମନା କରି ଦେଇଛନ୍ତି । ସେ ଜେଲର ଡାଲି- ରୁଟି ଖାଉନାହାନ୍ତି । ସେ କେବଳ ସାଲାଡ୍ ଖାଇ ରହୁଛନ୍ତି ।

ସିଦ୍ଧୁଙ୍କୁ ଗହମରେ ଏଲର୍ଜି ରହିଥିବାବେଳେ ତାଙ୍କର ଲିଭର ପ୍ରୋବଲେମ ରହିଛି । ଏହାକୁ ଦୃଷ୍ଟିରେ ରଖି ସିଦ୍ଧୁ ଜେଲ ପ୍ରଶାସନକୁ ଡାଏଟର ଦାବି କରିଛନ୍ତି । ସିଦ୍ଧୁଙ୍କ ଗଣମାଧ୍ୟମ ପରାମର୍ଶଦାତା ସୁରିନ୍ଦର ଡଲ୍ଲା କହିଛନ୍ତି କି ସିଦ୍ଧୁଙ୍କୁ ଗହମରେ ଏଲର୍ଜି ଅଛି । ଫଳରେ ସେ ଗହମ ପ୍ରସ୍ତୁତ ରୁଟି ଖାଇପାରିବେ ନାହିଁ । ଦୀର୍ଘ ଦିନରୁ ସେ ରୁଟି ଖାଉନାହାନ୍ତି । ଏଥିଲାଗି ସେ ସ୍ବତନ୍ତ୍ର ଡାଏଟ ମାଗିଛନ୍ତି । ଏହି ବିଷୟରେ ସେ ମେଡିକାଲ ଟେଷ୍ଟ ସମୟରେ ବି କହିଥିଲେ । କୋର୍ଟ ତାଙ୍କର ମେଡ଼ିକାଲ ଚେକଅପ୍ର ରିପୋର୍ଟ ଅପରାହ୍ନ ୪ଟା ସୁଦ୍ଧା ରିପୋର୍ଟ ମାଗିଛନ୍ତି ।

ଉଲ୍ଲେଖ ଯୋଗ୍ୟ ଯେ, କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁଙ୍କୁ ୧୯୮୮ ମସିହାରେ ଏକ ପାର୍କିଂ ଓ ପରେ ହତ୍ୟା ଘଟଣାରେ ସୁପ୍ରିମକୋର୍ଟ ଏକ ବର୍ଷ ପାଇଁ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି । ୩୪ ବର୍ଷ ତଳେ ଏହି ଘଟଣାରେ ସିଦ୍ଧୁ ତାଙ୍କର ଜଣେ ବନ୍ଧୁଙ୍କ ସହ ମିଶି ପାର୍କିଂକୁ ନେଇ ଜଣେ ବୃଦ୍ଧ ବ୍ୟକ୍ତିଙ୍କୁ ମାଡ ମାରିଥିଲେ। ଏହାପରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା।