ନୂଆଦିଲ୍ଲୀ: ଦେଶରେ ପୁଣି ବଢ଼ିଲା ନିର୍ମାଣ ସାମଗ୍ରୀ ଦର। ତେଲ ତାତିର ପ୍ରଭାବରେ ବଜାରରେ ସମସ୍ତ ପ୍ରକାର ସାମଗ୍ରୀର ଦର ବଢ଼ିଛି। ସବୁ ଦିନ କିଛି ବା କିଛି ସାମଗ୍ରୀର ଦର ବଢ଼ିବାରେ ଲାଗିଛି | ଆଜି ବଜାରରେ ପ୍ରମୁଖ ନିର୍ମାଣ ସାମଗ୍ରୀ ସିମେଣ୍ଟ ଏବଂ ଲୁହାଛଡ ମହଙ୍ଗା ହୋଇଛି। ଏହି ଅନୁଯାୟୀ, ସିମେଣ୍ଟ କ୍ବିଣ୍ଟାଲ ପିଛା ୨୦ରୁ ୨୫ ଟଙ୍କା ବୃଦ୍ଧି ହୋଇଛି। ଅପରପକ୍ଷେ କୋଇଲା ଦର ବୃଦ୍ଧି ହେତୁ ଇଟା ମୂଲ୍ୟ ବୃଦ୍ଧି କରିଥିବା ନେଇ ଭାଟ୍ଟି ମାଲିକମାନେ ମଧ୍ୟ କହିଛନ୍ତି ।

କେବଳ ଇଟା କି ସିମେଣ୍ଟ ନୁହେଁ ଲୁହା ଛଡ଼ ଦର ମଧ୍ୟ ଇତିମଧ୍ୟରେ ପୁଣି ଥରେ ବଢ଼ିଯାଇଛି। ଡିଜେଲ ମୂଲ୍ୟ ବୃଦ୍ଧି ଯୋଗୁ ବାଲି ଦର ବଢ଼ି ଯାଇଥିବାବେଳେ ବଜୁରି, ମେଣ୍ଟାଲ ଓ ଚିପସ୍ ଦର ମଧ୍ୟ ବିକ୍ରେତା ବଢ଼ାଇ ଦେଇଛନ୍ତି। ଗୋଟିଏ ପଟେ ନିର୍ମାଣ ସାମଗ୍ରୀ ଦର ବୃଦ୍ଧି ନିର୍ମାତାଙ୍କ ମନବଳ ହ୍ରାସ କରିଥିବାବେଳେ ନିର୍ମାଣ କ୍ଷେତ୍ରରେ ରୋଜଗାର ମଧ୍ୟ ପ୍ରଭାବିତ ହେବାରେ ଲାଗିଲାଣି। ଦର ବୃଦ୍ଧି ପ୍ରଭାବରେ ଲୋକେ କେତେକ ସ୍ଥାନରେ ନିର୍ମାଣ ଅଧାରେ ବନ୍ଦକରିବାକୁ ବାଧ୍ୟ ହୋଇଛନ୍ତି। ଏଣୁ ଅନେକ ସ୍ଥାନରେ କାମ ବନ୍ଦ ପଡିବା ଯୋଗୁ ଶ୍ରମିକମାନେ ରୋଜଗାର ହରାଇଛନ୍ତି। ତେବେ ଛୋଟ ମୋଟ ଘର ନିର୍ମାଣ କରୁଥିବା ସାଧାରଣ ଲୋକେ ଏବେ ଏହିପରି ମୂଲ୍ୟ ବୃଦ୍ଧି ଯୋଗୁ ଘୋର ଅସୁବିଧାର ସମ୍ମୁଖୀନ ହେଉଥିବା ଜଣାଯାଇଛି।

ଡିଜେଲ ମୂଲ୍ୟ ବୃଦ୍ଧି ଯୋଗୁ ବାଲି ବୁହାଣ ଦର ବଢ଼ି ଯାଇଥିବା ବେଳେ ବଜୁରି, ମେଣ୍ଟାଲ ଓ ଚିପସ୍‌ ଦର ମଧ୍ୟ ବିକ୍ରେତା ବଢେଇ ଦେଇଛନ୍ତି। କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ ମୂଲ୍ୟରେ ଏକ୍ସାଇଜ ଡ୍ୟୁଟି ହ୍ରାସ କରିଛନ୍ତି। ଫଳରେ ଡିଜେଲ ଦର ଅନେକ ସ୍ଥାନରେ ହ୍ରାସ ହୋଇଥିଲେ ହେଁ ପରିବହନ ବାହାନା ବନେଇ ନିର୍ମାଣ ସାମଗ୍ରୀ ଦର ବଢେଇ ରଖିଛନ୍ତି। ଫଳରେ ନୂଆ ଘର ତିଆରି କରୁଥିବା ଲୋକେ ଘୋର ଦୁର୍ଦ୍ଦଶାର ସମ୍ମୁଖୀନ ହୋଇଛନ୍ତି

Leave a Reply

Your email address will not be published. Required fields are marked *