ଦକ୍ଷିଣ ଆଫ୍ରିକାର କିମ୍ବଦନ୍ତୀ ଏବି ଡିଭିଲିୟର୍ସ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ଡି ଭିଲିୟର୍ସ ମଧ୍ୟ ଆଇପିଏଲ୍‌ ୨୦୨୨ ରେ ଅଂଶଗ୍ରହଣ କରିବେ ନାହିଁ । ପୂର୍ବରୁ ଅର୍ନ୍ତଜାତୀୟ କ୍ରିକେଟକୁ ବାଏ ବାଏ କରିଥିବା ଡିଭିଲିୟର୍ସ ଏବେ ପୂରା କ୍ରିକେଟରୁ ସନ୍ନ୍ୟାସ ନେଇଛନ୍ତି । ଯାହାଦ୍ୱାରା ଆଇପିଏଲ ଭଳି ଟୁର୍ଣ୍ଣାମେଣ୍ଟରେ ମଧ୍ୟ ଡିଭିଲିୟର୍ସଙ୍କ ବ୍ୟାଟିଂ ଆଉ ଦେଖିବାକୁ ମିଳିବ ନାହିଁ । ଦୀର୍ଘ ବର୍ଷ ହେବ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଟିମରୁ ଖେଳି ଆସୁଥିଲେ ଡିଭିଲିୟର୍ସ ।

୨୦୧୮ ରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିଲେ ଡିଭିଲିୟର୍ସ। ଏବେ କ୍ରିକେଟରୁ ସନ୍ନ୍ୟାସ ନେଉଥିବାର ନେଇ ଟ୍ୱିଟରରେ ସୂଚନା ଦେଇଛନ୍ତି ଡିଭିଲିୟର୍ସ । ଟ୍ୱିଟ୍ କରି ଡିଭିଲିୟର୍ସ ଲେଖିଛନ୍ତି, ଏହା ଏକ ଅବିଶ୍ୱସନୀୟ ଯାତ୍ରା ଥିଲା । କିନ୍ତୁ ଏବେ କ୍ରିକେଟରୁ ସନ୍ନ୍ୟାସ ନେବାକୁ ନିଷ୍ପତ୍ତି ନେଉଛି । ଯେତେବେଳେ ବଡ ଭାଇଙ୍କ ସହ କ୍ରିକେଟ ଖେଳିବା ଆରମ୍ଭ କରିଥିଲି ସେତେବେଳେ ଏହାର ପୂରା ଆନନ୍ଦ ଓ ବେଲଗାମ ଊତ୍ସାହ ସହ ଖେଳିଥିଲି । କିନ୍ତୁ ଏବେ ୩୭ ବର୍ଷରେ ପାଦ ଦେବା ପରେ ସେହି ଜୋଶ ଓ ଚଞ୍ଚଳତା ଆଉ ନାହିଁ । ଧନ୍ୟବାଦ ସମସ୍ତଙ୍କୁ ଏହି ଯାତ୍ରାରେ ଯୋଡି ହୋଇ ରହିଥିବାରୁ ।

ନିଜର ପୋଷ୍ଟରେ ୩ଟି ଭାଷାରେ ଧନ୍ୟବାଦ ଜଣାଇଛନ୍ତି ଡିଭିଲିୟର୍ସ । ଯେଉଁଥିରେ ହିନ୍ଦୀରେ ଧନ୍ୟବାଦ ଲେଖିଛନ୍ତି ଡିଭିଲିୟର୍ସ । କାରଣ ଭାରତରେ ମଧ୍ୟ ଡିଭିଳିୟର୍ସଙ୍କର କୋଟି କୋଟି ଫ୍ୟାନ୍ ରହିଛନ୍ତି । ଯେଉଁମାନେ ଡିଭିଲିୟର୍ସଙ୍କ ବ୍ୟାଟିଂ ଦେଖିବାକୁ ଚାତକ ଭଳି ଚାହିଁ ରହିଥାନ୍ତି । କାରଣ ଡିଭିଲିୟର୍ସଙ୍କ ଷ୍ଟାଇଲିସ ବ୍ୟାଟିଂ ଶୈଳୀକୁ ଅନେକ ପସନ୍ଦ କରନ୍ତି । ପଡିଆର ଚତୁଃଦିଗରେ ସଟ୍ ଖେଳି ପାରୁଥିବା ଡିଭିଲିୟର୍ସଙ୍କୁ ମିଷ୍ଟର ୩୬୦ ଡିଗ୍ରୀ କୁହାଯାଏ । ଥରେ କ୍ରିଜରେ ସେଟ୍ ହେବା ମାତ୍ରେ ଅବିଶ୍ୱସନୀୟ ସଟ୍ ଖେଳିଥାନ୍ତି ଏବିଡି । ଯେଉଁଥିପାଇଁ ବୋଲର ଡିଭିଲିୟର୍ସଙ୍କୁ ବୋଲିଂ କରିବାକୁ ବି ଭୟ କରିଥାନ୍ତି ।

Leave a Reply

Your email address will not be published. Required fields are marked *