ନୂଆଦିଲ୍ଲୀ: ପୂର୍ବ ଦିଲ୍ଲୀ ବିଜେପି ସାଂସଦ ତଥା ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀରଙ୍କୁ କିଛିଦିନ ପୂର୍ବରୁ ମିଳିଥିଲା ଧମକପୂର୍ଣ୍ଣ ଇ-ମେଲ । ତାଙ୍କୁ ଜୀବନରୁ ମାରି ଦେବା ପାଇଁ ମିଳିଥିଲା ଏହି ଧମକ ପୂର୍ଣ୍ଣ ଇ-ମେଲ । ତେବେ ଏହି ଇ-ମେଲ ପାକିସ୍ତାନରୁ ଆସିଛି ବୋଲି ସୂଚନା ମିଳିଛି ।

ସୂଚନାନୁସାରେ, ଯେଉଁ ଇ-ମେଲରେ ଗୌତମ ଗମ୍ଭୀରଙ୍କୁ ଜୀବନରୁ ମାରିବା ପାଇଁ ଧମକ ଦିଆଯାଇଥିଲା । ତେବେ ଏହି ଧମକପୂର୍ଣ୍ଣ ଇ-ମେଲ ପାଇବା ପରେ ମଙ୍ଗଳବାର ପୋଲିସରେ ଅଭିଯୋଗ ଦାୟର କରିଥିଲେ ଗମ୍ଭୀର । ଯାହା ପରେ ଗୌତମ ଗମ୍ଭୀରଙ୍କ ଘର ବାହାରେ ସୁରକ୍ଷା ବ୍ୟବସ୍ଥା କଡ଼ା କଡ଼ି କରିଯାଇଥିଲା । କିନ୍ତୁ ବୁଧବାର ଅର୍ଥାତ ଗତକାଲି ଗୌତମ ଗମ୍ଭୀରଙ୍କ ପାଖକୁ ଆସିଥିଲା ଆଉ ଏକ ଧମକପୂର୍ଣ୍ଣ ଇ-ମେଲ । ଯେଉଁଥିରେ ଲେଖାଯାଇଥିଲା କି ” ଆମେ କାଲି ଆପଣଙ୍କୁ କାଲି ମାରିବାକୁ ଚାହୁଁଥିଲୁ, କିନ୍ତୁ ବଞ୍ଚିଗଲ । କାଶ୍ମୀରଠାରୁ ଦୂରରେ ରୁହ ବୋଲି ଏହି ମେଲରେ ଗମ୍ଭୀରଙ୍କୁ ଧମକ ମିଳିଥିଲା । ଏହି ମେଲ ସହ ଗୌତମ ଗମ୍ଭୀରଙ୍କ ଘର ବାହାରର ଏକ ଭିଡିଓ ବି ତାଙ୍କ ପାଖକୁ ପଠାଇଥିଲେ ।

ତେବେ ଗୁଗୁଲରୁ ଏହି ବିଷୟରେ ସୂଚନା ମଗାଯାଇଥିଲା। ତଦନ୍ତ ବେଳେ ଗୁଗୁଲ କହିଛି ଯେ, ଯେଉଁ ଇମେଲରୁ ଧମକପୂର୍ଣ୍ଣ ମେସେଜ ଆସିଥିଲା, ତାହାର ଆଇପି ଠିକଣା ପାକିସ୍ତାନରୁ ମିଳିଛି। ଗୁଗୁଲ୍ କହିଛି ଯେ, ଆମର କିଛି ଇଏମଇଆଇ ଏବଂ ବୈକଳ୍ପିକ ଇମେଲ୍ ଅଛି ଏବଂ ଏହାସହିତ ବାଙ୍ଗାଲୋର ଆଧାରିତ ଆଇପି ଅଛି। ଆଜି ଅପରାହ୍ନ ସୁଦ୍ଧା ଏହା ଚିହ୍ନଟ ହେବ ବୋଲି ଆଶା କରାଯାଉଛି। ଭାରତୀୟଙ୍କ ସହ ଇମେଲ ପଠାଉଥିବା ବ୍ୟକ୍ତିଙ୍କ ସମ୍ପର୍କ ଅନୁସନ୍ଧାନ କରାଯାଉଛି।

Leave a Reply

Your email address will not be published. Required fields are marked *