ମୁମ୍ବାଇ : ତାମିଲ୍ ସୁପରଷ୍ଟାର ଧନୁଷ ଓ ପତ୍ନୀ ଐଶ୍ବର୍ଯ୍ୟା ରଜନୀକାନ୍ତଙ୍କ ମଧ୍ୟରେ ବିବାହ ବିଚ୍ଛେଦ ଘଟିଛି । ଟଲିଉଡର ସୁପରହିଟ ଯୋଡ଼ି ସାମନ୍ଥା ପ୍ରଭୁ ଓ ନାଗା ଚୈତନ୍ୟଙ୍କ ବିବାହ ବିଚ୍ଛେଦ ପରେ ଏବେ ଆଉ ଏକ ସୁପରହିଟ ଯୋଡ଼ି ପରସ୍ପରଠୁ ଅଲଗା ହେବାକୁ ଯାଉଛନ୍ତି। ଦୀର୍ଘ ୧୮ ବର୍ଷ ବୈବାହିକ ଜୀବନ ବିତାଇବା ପରେ ଉଭୟ ପରସ୍ପରଠାରୁ ଅଲଗା ରହିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏହି ଖବର ସାମ୍ନାକୁ ଆସିବା ପରେ ଦକ୍ଷିଣୀ ଚଳଚ୍ଚିତ୍ର ଜଗତରେ ଚର୍ଚ୍ଚା ସୃଷ୍ଟି କରିଛି। ସୋମବାର ରାତିରେ ଏ ସମ୍ପର୍କରେ ସୋସିଆଲ ମିଡିଆରେ ପୋଷ୍ଟ କରି ଧନୁଷ ଏହି ସୂଚନା ଦେଇଛନ୍ତି। ଧନୁଷ-ଐଶ୍ବର୍ଯ୍ୟାଙ୍କର ଯାତ୍ରା (୧୫) ଏବଂ ଲିଙ୍ଗା (୧୧) ନାମରେ ଦୁଇ ପୁଅ ଅଛନ୍ତି।

ଏନେଇ ଧନୁଷ ଏକ ପୋଷ୍ଟ କରି ଲେଖିଛନ୍ତି, ଦୀର୍ଘ ୧୮ ବର୍ଷର ଦୋସ୍ତି, କପଲ, ପ୍ୟାରେଣ୍ଟସ୍‌ ଓ ପରସ୍ପରର ଶୁଭଚିନ୍ତକ ହିସାବରେ ଆମେ ଛିଡ଼ା ହେଲୁ। ଏହି ସମୟରେ ଆମେ ପରସ୍ପରକୁ ବୁଝିଲୁ, ପରିପକ୍ୱ ହେଲୁ ଓ ପରସ୍ପର ସହ ବାଟ ଚାଲିଲୁ। ହେଲେ ଏବେ ଆମେ ଏପରି ଜାଗାରେ ଛିଡ଼ା ହୋଇଛୁ, ଯେଉଁଠାରୁ ଆମ ରାସ୍ତା ଭିନ୍ନ ହୋଇ ଯାଉଛି। ଐଶ୍ଚର୍ଯ୍ୟା ଓ ମୁଁ ପରସ୍ପରଠୁ ଅଲଗା ହେବାକୁ ନିଷ୍ପତ୍ତି ନେଇଛୁ। ଆମ ନିଷ୍ପତ୍ତିକୁ ସମ୍ମାନ ଦିଅନ୍ତୁ ଓ ଆମ ଗୋପନୀୟତାକୁ ନଜରରେ ରଖି ଏହି ସମସ୍ୟାକୁ ଆମକୁ ସମାଧାନ କରିବାକୁ ଦିଅନ୍ତୁ ।

ନିଜ ସୋସିଆଲ୍ ମିଡିଆ ପୋଷ୍ଟରେ ଧନୁଷ ଲେଖିଛନ୍ତି, ୧୮ ବର୍ଷ ଧରି ପରସ୍ପର ପରସ୍ପରର ବନ୍ଧୁ, ଦମ୍ପତି ଏବଂ ଶୁଭେଚ୍ଛୁ ଭାବେ ରହିଥିଲୁ। ଜୀବନ ଯାତ୍ରାରେ ବୁଝାମଣା ରଖିବା ସହିତ ପରସ୍ପର ସହ ଖାପ ଖୁଆଇ ଚଳିଥିଲୁ ଏବଂ ଆଗକୁ ବଢ଼ିଥିଲୁ। କିନ୍ତୁ ଆମେ ଏବେ ଏଭଳି ଏକ ସ୍ଥାନରେ ଛିଡ଼ା ହୋଇଛୁ ଯେଉଁଠି ଆମର ରାସ୍ତା ଏବେ ଭିନ୍ନ। ଐଶ୍ବର୍ଯ୍ୟା ଏବଂ ମୁଁ ଦମ୍ପତି ଭାବେ ଅଲଗା ରହିବାକୁ ନିଷ୍ପତ୍ତି ନେଇଛୁ। ‌ପ୍ରଶଂସକମାନେ ଆମର ଏହି ନିଷ୍ପତ୍ତିକୁ ସମ୍ମାନ ଦେବେ ବୋଲି ଆଶା କରୁଛୁ । ଏଥିସହ ବିବାହ ବିଚ୍ଛେଦକୁ ସାମ୍ନା କରିବା ପାଇଁ ସେମାନେ ଆବଶ୍ୟକ କରୁଥିବା ବ୍ୟକ୍ତିଗତ ଗୋପନୀୟତା ମଧ୍ୟ ପ୍ରଶଂସକମାନେ ସେମାନଙ୍କୁ ଦେବେ ବୋଲି ଧନୁଷ କହିଛନ୍ତି। ସେହିଭଳି ଐଶ୍ବର୍ଯ୍ୟା ତାଙ୍କ ଇନଷ୍ଟାଗ୍ରାମରେ ପୋଷ୍ଟ କରି କହିଛନ୍ତି କୌଣସି କ୍ୟାପସନର ଆବଶ୍ୟକତା ନାହିଁ। କେବଳ ଆପଣଙ୍କ ଭଲପାଇବା ଏବଂ ବୁଝିପାରିବା ଆବଶ୍ୟକ।

ସୂଚନା ଯେ, ଐଶ୍ଚର୍ଯ୍ୟା ସାଉଥ ସୁପରଷ୍ଟାର ରଜନୀକାନ୍ତଙ୍କ ଝିଅ ହୋଇଥିବା ବେଳେ ଧନୁଷ ମଧ୍ୟ ସାଉଥର ଆଗଧାଡ଼ିର ପ୍ରଡ୍ୟୁସର କସ୍ତୁରୀ ରାଜାଙ୍କ ପୁଅ ଅଟନ୍ତି। ୨୦୦୪ ମସିହାରେ ଉଭୟ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ଉଭୟଙ୍କର ୨ ସନ୍ତାନ ମଧ୍ୟ ଅଛନ୍ତି।। ଧନୁଷଙ୍କୁ ୨୧ ବର୍ଷ ଏବଂ ଐଶ୍ବର୍ଯ୍ୟାଙ୍କୁ ୨୩ ବର୍ଷ ହୋଇଥିବାବେଳେ ସେମାନଙ୍କର ବିବାହ ହୋଇଥିଲା