ବାରିପଦା: ଭିଜିଲାନ୍ସ ଜାଲରେ ବାରିପଦା ଆଇଟିଡିଏର କନିଷ୍ଠ ଯନ୍ତ୍ରୀ । ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ବାରିପଦା ଆଇଟିଡିଏ ସହକାରୀ ଯନ୍ତ୍ରୀ ସନ୍ତୋଷ ଦାସଙ୍କ ବାସଭବନ ସମେତ ଏଗାରଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ ଜାରି ରହିଛି। କଟକ ଭିଜିଲାନ୍ସ ଦ୍ବାରା ଏହି ଚଢ଼ାଉ ଆଜି ସକାଳୁ ଆରମ୍ଭ ହୋଇଥିବାର ଖବର ମିଳିଛି। ବାରପଦାରେ ସେ ଭଡ଼ା ଘରେ ରହୁଛନ୍ତି । ଏକକାଳୀନ ସନ୍ତୋଷ ଦାସଙ୍କ ବାରିପଦା ସ୍ଥିତ ଭଡ଼ା ଘର, ବାଲିଆପାଳ ପୈତୃକ ଘର, ଆଇଟିଡିଏ ଅଫିସ, ଭୁବନେଶ୍ୱର, ଉତ୍ତରା ସମେତ ମୋଟ୍ ୧୨ଟି ସ୍ଥାନରେ ଚଢ଼ାଉ ଜାରି ରହିଛି ।

କଟକ ଭିଜିଲାନ୍ସ ଡିଏସପି ପି .କେ ଦ୍ବିବେଦୀଙ୍କ ସହ ୫ଜଣ କର୍ମଚାରୀ ବାଲିଅଆପାଳରେ ଚଢ଼ାଉ କରୁଛନ୍ତି। ଏଠାରେ କେବଳ ସନ୍ତୋଷ ଦାସଙ୍କ ବାପା ରହନ୍ତି। ଏଠାରେ ଥିବା ତାଙ୍କ ଜମିବାଡ଼ି ଓ ସଂପତ୍ତିର ଆକଳନ କରୁଛନ୍ତି ଭିଜିଲାନ୍ସ ଟିମ୍। ଏନେଇ ଅଧିକ ତଥ୍ୟକୁ ଅପେକ୍ଷା କରାଯାଇଛି। ଏଅଞ୍ଚଳରେ ଏହା ଏକ ବଡ଼ ଧରଣର ଭିଜିଲାନ୍ସ ଚଢ଼ାଉ ବୋଲି କୁହାଯାଉଛି।

ସନ୍ତୋଷ ଦାସଙ୍କ ନାଁରେ ପୂର୍ବର ଆୟଠୁ ଅଧିକ ସମ୍ପତ୍ତି ଠୁଳ କରିବା ଅଭିଯୋଗ ହୋଇଥିଲା । ଆଜି ଭୁବନେଶ୍ୱର ଭିଜିଲାନ୍ସ ଟିମ୍ ନେତୃତ୍ୱରେ ବିଭିନ୍ନ ସ୍ଥାନରେ ରେଡ୍ ଚାଲିଛି । ଚଢ଼ାଉ ସରିବା ପରେ ଜଣା ପଡ଼ିବ ସନ୍ତୋଷ ଦାସ କେତେ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ କରିଛନ୍ତି ।

Leave a Reply

Your email address will not be published. Required fields are marked *