ସାନ୍ ଫ୍ରାନ୍ସିସ୍କୋ: ଦୈନଦିନ ଜୀବନରେ ବ୍ୟବହାର କରୁଥିବା ସୋସିଆଲ ମିଡ଼ିଆ ଜଗତରେ ଅଧିକ ସକ୍ରିୟ ଥିବା ଫେସବୁକ ନିଜ କମ୍ପାନୀର ନାଁ ବଦଳାଇଛି। ଫେସବୁକ ମୂଳ କମ୍ପାନୀର ନାମକୁ ବଦଳାଇ ମେଟା ରଖିବାକୁ ସିଇଓ କୁଜରବର୍ଗ ଘୋଷଣା କରିଛନ୍ତି।

ଫେସବୁକ୍ କମ୍ପାନୀ ନିଜ ନାଁ ପରିବର୍ତ୍ତନ କରିବାର ମୁଖ୍ୟ କାରଣ ହେଉଛି – କମ୍ପାନୀର ସିଇଓ ମାର୍କ ଜୁକରବର୍ଗ ଏବେ ତାଙ୍କ କମ୍ପାନୀକୁ କେବଳ ଗୋଟିଏ ସୋସିଆଲ୍ ମିଡିଆ କମ୍ପାନୀ ଭାବେ ସୀମିତ ରଖିବାକୁ ଚାହୁଁନାହାଁନ୍ତି । ଏହାଠୁ ଆଗକୁ ବଢି ତାଙ୍କ କମ୍ପାନୀ ଏବେ ମେଟାଭର୍ସ ୱାଲର୍ଡ ପ୍ରସ୍ତୁତ କରୁଛି । ଯେଉଁଥିପାଇଁ କମ୍ପାନୀ ପ୍ରାୟ ୧୦ ହଜାର ଲୋକଙ୍କୁ ମଧ୍ୟ ଚାକିରି ଦେବାକୁ ଯାଉଛି । ଏହି କର୍ମଚାରୀମାନେ ମେଟାଭର୍ସ ପ୍ରସ୍ତୁତ କରିବାକୁ କମ୍ପାନୀକୁ ସାହାଯ୍ୟ କରିବେ । ତେବେ ମେଟାଭର୍ସ ହେଉଛି ଭର୍ଚୁଆଲ୍ ରିୟାଲିଟି । ଯେଉଁଠି ଲୋକମାନେ ଡିଜିଟାଲ ଜରିଆରେ ଉପସ୍ଥିିତ ରହିବେ । ଡିଜିଟାଲ ଜରିଆରେ ପରସ୍ପରକୁ ଭେଟିପାରିବେ । ତେବେ ଏହା ପୂର୍ବରୁ ମାଇକ୍ରୋସଫ୍ଟ ଭଳି ବଡ କମ୍ପାନୀ ମଧ୍ୟ ଏହି କ୍ଷେତ୍ରରେ ଆଗକୁ ବଢିସାରିଛି । ତେଣୁ ଏବେ ଫେସବୁକର ପ୍ରତିଷ୍ଠାତା ମାର୍କ ଜୁକରବର୍ଗ ମଧ୍ୟ ଏହି କ୍ଷେତ୍ରରେ ପ୍ରବେଶ କରିଛନ୍ତି ।

ଫେସବୁକ୍ ସିଇଓ ମାର୍କ କୁଜରବର୍ଗ ଘୋଷଣା କରିଛନ୍ତି ଯେ, ସୋସିଆଲ ମିଡ଼ିଆ ବାହାରେ ଭର୍ଚୁଆଲ ରିଅଲିଟି ପରି କ୍ଷେତ୍ରରେ ମେଟାଭର୍ସ କରିବା ପାଇଁ ଫୋକସ୍ କରୁଛି। ନୂତନ ନାମ ସୋସିଆଲ ମିଡ଼ିଆ ବାହାରେ କମ୍ପାନୀର ବଢ଼ୁଥିବା ଅଭିଳାଷକୁ ପ୍ରତିଫଳିତ କରେ।

ଆମର ବ୍ରାଣ୍ଡ ଗୋଟିଏ ଉତ୍ପାଦ ସହିତ ଏତେ ଦୃଢ଼ଭାବେ ସଂଯୁକ୍ତ ଯେ ଭବିଷ୍ୟତକୁ ଛାଡ଼ି ଆଜି ଆମେ କରୁଥିବା ସମସ୍ତ କାର୍ଯ୍ୟକୁ ଏହା ସମ୍ଭବତ ପ୍ରତିନିଧିତ୍ୱ କରିପାରିବା ନାହିଁ। ଆମର ବିଶ୍ୱାସ ଯେ ମେଟାଭର୍ ମୋବାଇଲ ଇଣ୍ଟରନେଟର ଉତ୍ତରାଧିକାରୀ ହେବ ବୋଲି ଗୁରୁବାର ଦିନ କମ୍ପାନୀର ବାର୍ଷିକ କନେକ୍ଟ ସମ୍ମିଳନୀ ଷ୍ଟ୍ରିମିଂ ସମୟରେ କୁଜରବର୍ଗ କହିଛନ୍ତି।

Leave a Reply

Your email address will not be published. Required fields are marked *