ଚଣ୍ଡିଗଡ: ଆଖି ବୁଜିଲେ ଶିରୋମଣୀ ଅକାଳୀ ଦଳର ବରିଷ୍ଠ ନେତା ତଥା ପଞ୍ଜାବର ପୂର୍ବତନ ମନ୍ତ୍ରୀ ଜଥେଦାର ତୋତା ସିଂହ | ଆଜି ସକାଳେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଶନିବାର ସକାଳେ ମୋହାଲି ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୧ ବର୍ଷ ବୟସ ହୋଇଥିଲା। ୧୯୪୧ ମସିହା ମାର୍ଚ୍ଚ ୨ ତାରିଖରେ ପଞ୍ଜାବ ମୋଗା ଜିଲ୍ଲାର ଦିଦାର ଗାଁରେ ଜନ୍ମଗ୍ରହଣ କରିଥିଲେ ଜଥେଦାର ତୋତା ସିଂହ । ତୋତା ସିଂହ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ । ଆଜି ସକାଳ ସମୟରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ସେ ଶିରୋମଣୀ ଅକଳୀ ଦଳର କୋର କମିଟି ସଦସ୍ୟ ରହିବା ସଙ୍ଗେ ସଙ୍ଗେ ପଞ୍ଜାବର ପୂର୍ବତନ କୃଷିମନ୍ତ୍ରୀ ଥିଲେ ।

୧୯୯୭ ରେ ମୋଗା ବିଧାନସଭା ଆସନରୁ ସିଂ ପ୍ରଥମ ଥର ପାଇଁ ବିଧାୟକ ଭାବରେ ନିର୍ବାଚିତ ହୋଇଥିଲେ। ସେହି ସମୟରେ ସେ ପାର୍କଶ ସିଂ ବାଦଲଙ୍କ ନେତୃତ୍ୱାଧୀନ ସରକାରରେ ଶିକ୍ଷା ମନ୍ତ୍ରୀ ଭାବରେ ନିଯୁକ୍ତ ହୋଇଥିଲେ। ୨୦୦୨ ବିଧାନସଭା ନିର୍ବାଚନରେ ସେ ମୋଗାରୁ ପୁଣି ନିର୍ବାଚିତ ହୋଇଥିଲେ ମଧ୍ୟ ସେ ୨୦୦୭ରେ ହାରି ଯାଇଥିଲେ। ପରେ୨୦୧୨ରେ ଧର୍ମକୋଟ ବିଧାନସଭା ଆସନରୁ ନିର୍ବାଚିତ ହୋଇ କୃଷି ମନ୍ତ୍ରୀ ହୋଇଥିଲେ।