ସିନାପାଲି,୩।୧୨(ନିପ୍ର): ସିନାପାଲି ଅନ୍ତର୍ଗତ ଗୋବିନ୍ଦପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ସ୍ଥାନୀୟ ପ୍ରଧାନ ଶିକ୍ଷକ ବାବୁଲାଲ ବାଗଙ୍କ ସଭାପତିତ୍ୱ ରେ ବିଶ୍ୱ ଭିନ୍ନକ୍ଷମ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ସିନାପାଲି ବ୍ଲକ ପ୍ରମେୟ ପ୍ରତିନିଧି ସନ୍ତୋଷ କୁମାର ବାଗ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିବା ବେଳେ ମୁଖ୍ୟବକ୍ତା ବରିଷ୍ଠ ଶିକ୍ଷକ ସତ୍ୟବ୍ରତ ଗହୀର, ସମ୍ମାନିତ ଅତିଥି ବରିଷ୍ଠ ସାମ୍ବାଦିକ ବିକାଶ ଖର୍ସେଲ,ଶିକ୍ଷକ ଉପେନ୍ଦ୍ର ବନ୍ଦୀଛୋର, କୂଳଚନ୍ଦ୍ର ନାଏକ ପ୍ରମୁଖ ଉପସ୍ଥିତ ଥିଲେ। ଉକ୍ତ କାର୍ଯ୍ୟକ୍ରମ ରେ ଭିନ୍ନକ୍ଷମ ହେବାର କାରଣ,ତାର ପ୍ରତିକାର ଏବଂ ଭିନ୍ନକ୍ଷମ ମାନଙ୍କ ପାଇଁ ଉନ୍ନତି ଓ ବିକାଶ ପାଇଁ ଉଦ୍ଧିଷ୍ଟ ବିଭିନ୍ନ ସରକାରୀ ସୁବିଧା ସୁଯୋଗ ଉପରେ ବିଶେଷ ଆଲୋଚନା କରାଯାଇଥିଲା। କାର୍ଯ୍ୟକ୍ରମ ପରିଚାଳନା ରେ ଶିକ୍ଷକ ଧ୍ରୁବସିଂ ମାଝୀ ସହଯୋଗ କରିଥିବା ବେଳେ ପରିଶେଷରେ ସହକାରୀ ଶିକ୍ଷକ ଦେବେନ୍ଦ୍ର କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।
ସିନାପାଲିରୁ ଅଜିତ କୁମାର ଯୋଶୀ ଙ୍କ ରିପୋର୍ଟ ନିର୍ଭୟ ସୂଚନା

Leave a Reply

Your email address will not be published. Required fields are marked *