ବଲାଙ୍ଗୀର : ବହୁ ଚର୍ଚ୍ଚିତ ସନସାଇନ ପବ୍ଲିକ ସ୍କୁଲ ଶିକ୍ଷୟତ୍ରୀ ମମିତା ମେହେର ହତ୍ୟା ମାମଲାରେ ହତ୍ୟା ଘଟଣାର ମୁଖ୍ୟ ଷଡ଼ଯନ୍ତ୍ରକାରୀ ଗୋବିନ୍ଦ ସାହୁ ଓ ତାଙ୍କ ସହଯୋଗୀ ଡ୍ରାଇଭର ହତ୍ୟାକାଣ୍ଡକୁ ନେଇ ପୁଲିସ ଆଗରେ ସ୍ୱୀକାର କରିଛି ବୋଲି ଜଣାଯାଇଛି | ପୋଲିସ ଆଗରେ ସମସ୍ତ ସତ ମାନିଛି ଗୋବିନ୍ଦ ସାହୁ । ପୋଲିସର ଜେରା ବେଳେ ମମିତାଙ୍କୁ ହତ୍ୟା କରିଥିବା ନେଇ ସ୍ୱୀକାର କରିଥିବା ସୂଚନାରୁ ଜଣା ପଡିଛି । ପୋଲିସ ଆଗରେ ଗୋବିନ୍ଦ ସାହୁ କହିଛି ହତ୍ୟାକାଣ୍ଡର ପୂରା ଘଟଣା ।ମମିତାଙ୍କୁ ହତ୍ୟା ପାଇଁ ପୂର୍ବରୁ ଷଡଯନ୍ତ୍ର କରିଥିବା ଗୋବିନ୍ଦ ସମସ୍ତ ଯୋଜନା ପୂର୍ବରୁ କରିଥିଲେ |

ସୂଚନା ଅନୁଯାୟୀ, ଜେରା ବେଳେ ପୁଲିସ୍‌ ନିକଟରେ ଶିକ୍ଷୟିତ୍ରୀ ମମିତା ମେହରଙ୍କୁ ହତ୍ୟା କରିଥିବା କଥା ସ୍ୱୀକାର କରିଛି ଗୋବିନ୍ଦ ସାହୁ। ଯେଉଁ ୱାଗନର କାର୍‌ରେ ସେ ମମିତାଙ୍କୁ ନେଇ ଯାଇଥିଲେ, ସେଥିରେ ହିଁ ତାଙ୍କୁ ହତ୍ୟା କରିଥିଲେ। ୮ ତାରିଖରେ ମମିତାଙ୍କୁ ଏହି କାର୍‌ରେ ନେଇ ଯାଇଥିଲା ଗୋବିନ୍ଦ । କାର୍ ଭିତରେ ସେମାନଙ୍କ ମଧ୍ୟରେ ବଚସା ହୋଇଥିଲା । ବଚସା ସମୟରେ ଉତ୍ତ୍ୟକ୍ତ ଗୋବିନ୍ଦ କାର୍‌ ଭିତରେ ହିଁ ମମିତାଙ୍କୁ ହତ୍ୟା କରିଥିବା କହିଛି। କାର୍‌ର ପଛ ସିଟ୍‌ ଚିରି ଯାଇଥିବା ଦେଖିବାକୁ ମିଳିଛ। ତେଣୁ ବଞ୍ଚିବା ପାଇଁ ମମିତା ସଂଘର୍ଷ କରିଥିବା ଅନୁମାନ କରାଯାଉଛି। ହତ୍ୟା କରିବା ପରେ ୮ ତାରିଖ ବିଳମ୍ବିତ ରାତିରେ ମମିତାଙ୍କ ମୃତଦେହକୁ ମହାଲିଙ୍ଗରେ ନିର୍ମାଣାଧୀନ ଷ୍ଟାଡିୟମ ଭିତରେ ପୋତା ଯାଇଥିଲା ।

ଗୋବିନ୍ଦଙ୍କୁ ଆଜି ସନ୍ଧ୍ୟା ସୁଦ୍ଧା କୋର୍ଟରେ ହାଜର କରାଯିବ ବୋଲି ସୂଚନା ମିଳିଛି। ଏହାପରେ ପୁଲିସ୍‌ ତାଙ୍କୁ ରିମାଣ୍ଡରେ ଆଣିବାକୁ ଆବେଦନ କରିବ ବୋଲି ଜଣାଯାଇଛି।ତେବେ ମମିତା ମେହେରଙ୍କୁ କାହିଁକି ମାରିଲା ଗୋବିନ୍ଦ ସାହୁ, ତାହା ସ୍ପଷ୍ଟ ହୋଇନାହିଁ।

Leave a Reply

Your email address will not be published. Required fields are marked *