ସିନାପାଲି : /ନିପ୍ର :ନୂଆପଡା ଜ଼ୀଲ୍ଲା ସିନାପାଲି ବ୍ଲକ ଆଞ୍ଚଳିକ ସାଧନ କେନ୍ଦ୍ର ଗୋବିନ୍ଦପୁର ଆନୁକୂଲ୍ୟରେ ମହେଶ୍ୱର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଅଖିଳ ଚନ୍ଦ୍ର ବନ୍ଦିଛୋର ଙ୍କୁ ଶିକ୍ଷକତା ଅବସରକାଳୀନ ବିଦାୟ ସମ୍ୱର୍ଦ୍ଦନା ପ୍ରଦାନ କରାଯାଇଛି । ଆୟୋଜିତ ସମ୍ୱର୍ଦ୍ଦନା ସଭାରେ CRCC ଅତୁଳ କୁମାର ସୁପକାର ଅଧ୍ୟକ୍ଷତା କରିଥିବା ବେଳେ,ମୁଖ୍ୟଅତିଥି ଭାବରେ ସିନାପାଲି ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଉତ୍କଳମଣି ଅଗସ୍ତି,ରୁଦ୍ରଶ୍ୱର ମେହେର,ମୁଖ୍ୟବକ୍ତା ସିନାପାଲି ଶିକ୍ଷକ ସଂଘ ସଭାପତି ପ୍ରସନ୍ନ କୁମାର ମାଝୀ ଯୋଗଦେଇଥିବାବେଳେ,ସମ୍ମାନିତ ଅତିଥି ଭାବରେ ବରିଷ୍ଠ ଶିକ୍ଷକ ସତ୍ୟବ୍ରତ ଗହୀର,ବାବୁଲାଲ ବାଗ,ବରିଷ୍ଠ ସାମ୍ବାଦିକ ମୋତିଲାଲ ବାଗ ଯୋଗଦେଇ ଉଦବୋଧନ ଦେଇଛନ୍ତି । ବିଶିଷ୍ଟ ଅତିଥି ଭାବରେ ବିଦାୟୀ ଶିକ୍ଷକ ଅଖିଳ ଚନ୍ଦ୍ର ବନ୍ଦିଛୋର ଆସିନଥିଲେ । ବିଦାୟୀ ବରିଷ୍ଠ ଶିକ୍ଷକ ଅଖିଳ ଚନ୍ଦ୍ର ବନ୍ଦିଛୋର 1986 ମସିହାରୁ ଶିକ୍ଷକତା ଆରମ୍ଭକରି ଦୀର୍ଘ 36 ବର୍ଷକାଳ ନିରବଚ୍ଛିନ୍ନ ଭାବରେ ଶହଶହ ଛାତ୍ରଛାତ୍ରୀ ଙ୍କୁ ଶିକ୍ଷାଦାନ କରିଛନ୍ତି । ଶ୍ରୀ ବନ୍ଦିଛୋର ଜଣେ ସରଳ ନିଷ୍କପଟ ମିସ୍ଥାଭାସି ମିଳାପୀ ବ୍ୟକ୍ତିତ୍ୟ ଅଟନ୍ତି । ଆଜି ଶିକ୍ଷକତା ଜୀବନରୁ ଅବସର ନେଉଥିବାରୁ ନିଶ୍ଚିତ ଭାବରେ ଶିକ୍ଷକ ସମାଜ ର ଏକ ଅପୁରଣୀୟ କ୍ଷତି ଘଟିଛି ବୋଲି ବକ୍ତା ମାନେ ପ୍ରକାଶ କରିଛନ୍ତି । ଏହି ଅବସରରେ ଶିକ୍ଷକ ଅଖିଳ ଚନ୍ଦ୍ର ବନ୍ଦିଛୋର ଙ୍କୁ ଉପ ଢ଼ୋକନ ମାନପତ୍ର ଦେଇ ଦୀର୍ଘାୟୁ କାମନା କରିଛନ୍ତି । ଆୟୋଜିତ କାର୍ଯ୍ୟକ୍ରମରେ ଶିକ୍ଷକ ଟିକଧର ହରିଜନ,ରୁକ୍ମଣୀ ମାଝୀ,ଅମିତ ଯୋଶୀ,ଯୁଗେଶ୍ୱର ହରିଜନ ସମେତ ଗୋବିନ୍ଦପୁର କ୍ଲଷ୍ଟର ର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ସହଯୋଗ କରିଛନ୍ତି । ସିନାପାଲି ରୁ ଅଜିତ କୁମାର ଯୋଶୀ ଙ୍କ ରିପୋର୍ଟ ନିର୍ଭୟ ସୂଚନା

Leave a Reply

Your email address will not be published. Required fields are marked *