ନୂତନ ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ ଏବଂ ସ୍ଥାୟୀ ଟି – ୨୦ ଅଧିନାୟକ ରୋହିତ ଶର୍ମାଙ୍କ ଅଧୀନରେ ଆଜି ନ୍ୟୁଜିଲାଣ୍ଡ ବିପକ୍ଷରେ ପ୍ରଥମ ଟି-୨୦ ମ୍ୟାଚ ଖେଳିବ ଟିମ୍‌ ଇଣ୍ଡିଆ। ଜୟପୁରର ସୱାଇ ମାନସିଂହ ଷ୍ଟାଡିୟମ୍‌ରେ ସନ୍ଧ୍ୟା ୭ଟାରେ ପ୍ରଥମ ମ୍ୟାଚ୍‌ ଖେଳାଯିବ। ସେପଟେ ନ୍ୟୁଜିଲାଣ୍ଡ ମଧ୍ୟ ଟିମ୍‌ ସାଉଦୀଙ୍କ ନେତୃତ୍ବରେ ଭାରତକୁ ମୁକାବିଲା କରିବା ପାଇଁ ପ୍ରସ୍ତୁତ ଅଛି।

ବିରାଟ କୋହଲି ଟିମ୍‌ ଇଣ୍ଡିଆର ଟି-୨୦ ଅଧିନାୟକ ପଦ ଛାଡ଼ିବା ପରେ ଏହି ଦାୟିତ୍ବ ରୋହିତ ଶର୍ମାଙ୍କୁ ମିଳିଛି। ସେହିପରି ନ୍ୟୁଜିଲାଣ୍ଡର ନିୟମିତ ଅଧିନାୟକ କେନ୍‌ ୱିଲିୟମ୍‌ସନ୍‌ ମଧ୍ୟ ଟି-୨୦ ଶୃଙ୍ଖଳାରେ ଅନୁପସ୍ଥିତ ଥିବାରୁ ତାଙ୍କ ସ୍ଥାନରେ ଅଭିଜ୍ଞ ଦ୍ରୁତ ବୋଲର ଟିମ୍‌ ସାଉଦୀ ନେତୃତ୍ବ ନେଇଛନ୍ତି।

ସୂଚନାଯୋଗ୍ୟ, ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୩ଟି ଟି-୨୦ ମ୍ୟାଚ ଖେଳାଯିବ। ଶୃଙ୍ଖଳାର ପ୍ରଥମ ମୁକାବିଲା ଆଜି ଜୟପୁରରେ ଖେଳାଯିବ। ୧୯ରେ ରାଞ୍ଚି ଓ ୨୧ରେ କୋଲକାତାରେ ୨ ଦଳ ମୁହାଁମୁହିଁ ହେବେ। ନଭେମ୍ବର ୨୫ରୁ କାନପୁରରେ ପ୍ରଥମ ଟେଷ୍ଟ ଖେଳାଯିବ। ଡିସେମ୍ବର ୩ରୁ ୭ ମଧ୍ୟରେ ଶୃଙ୍ଖଳାର ୨ୟ ମ୍ୟାଚ୍‌ ମୁମ୍ବାଇରେ ହେବ।
ଭାରତ: ରୋହିତ ଶର୍ମା (ଅଧିନାୟକ), କେଏଲ୍ ରାହୁଲ, ଋତୁରାଜ ଗାଏକ୍ବାଡ୍, ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ, ଭେଙ୍କଟେଶ ଆୟର, ଅକ୍ଷର ପଟେଲ, ରବିଚନ୍ଦ୍ରନ ଅଶ୍ବିନ, ୟୁଜବେନ୍ଦ୍ର ଚହଲ, ଦୀପକ ଚହର, ହର୍ଷଲ ପଟେଲ। ନ୍ୟୁଜିଲାଣ୍ଡ: ଟିମ୍ ସାଉଦୀ (ଅଧିନାୟକ), ମାର୍ଟିନ ଗପ୍ଟିଲ, ଡାରେଲ ମିଚେଲ, ଗ୍ଲେନ୍ ଫିଲିପ୍ସ, ଟିମ୍ ସେଫର୍ଟ, ଟଡ୍ ଆସ୍‌ଲେ, ମାର୍କ ଚାପମ୍ୟାନ୍, ଲୋକି ଫର୍ଗୁସନ୍, ଆଦାମ ମିଲନେ, କାଇଲ ଜାମିସନ୍, ଜିମି ନୀସାମ, ମିଚେଲ ସାଣ୍ଟନର, ଈଶ୍ ସୋଢି।

Leave a Reply

Your email address will not be published. Required fields are marked *