ନୂଆଦିଲ୍ଲୀ : ବୃଦ୍ଧି ପାଇଲା ଭାରତୀୟ ନୌସେନାର ଶକ୍ତି । ଆଜି ସେନାରେ ସାମିଲ ହେଲା ଅତ୍ୟାଧୁନିକ ବୁଡାଜାହାଜ ଆଇଏନଏସ ଭେଲା । କଲବରୀ ଯୁଦ୍ଧ ଜାହାଜର ଚତୁର୍ଥ ସଂସ୍କରଣରେ ନିର୍ମିତ ଆଇଏନଏସ ଭେଲା ମୁମ୍ବାଇ ମଝଗାଓଁ ଡକୟାର୍ଡରେ ନିର୍ମିତ ହୋଇଛି । ଏହା ପୂର୍ବରୁ ଭାରତୀୟ ସେନାରେ ଆଇଏନଏସ କଲବରୀ, ଖଣ୍ଡେରୀ, କରଂଜ ସାମିଲ ହୋଇସାରିଛନ୍ତି । ସମସ୍ତ ବୁଡାଜାହଜ ପ୍ରାନସିସ୍ ସ୍କପ୍ରିୟନ ଶ୍ରେଣୀ ସବମେରାଇନ କୌଶଳରେ ନିର୍ମିତ ହୋଇଛି । ଯାହାକି ଦୁନିଆର ଅନ୍ୟତମ ଉନ୍ନତମାନର ବୁଡାଜାହଜ ମଧ୍ୟରେ ଅନ୍ୟତମ ।

ଆଇଏନଏସ ଭେଲାର ଲମ୍ବା ୭୫ ମିଟର ଓ ଓଜନ ୧୬୧୫ଟନ ରହିଛି । ଏକାସହ ୪୩ଜଣ ନୌସେନା ଅଧିକାରୀ ଓ ଯବାନ ଯାତ୍ରା କରିପାରିବେ । ସମୁଦ୍ର ଭିତରେ ଘଂଟା ପ୍ରତି ୩୭ କିଲୋମିଟର ଯାତ୍ରା କରିପାରିବ ଆଇଏନଏସ ଭେଲା । ଥରକେ ୧୦୨୦ କିଲୋମିଟ ଯାତ୍ରା କରିବା ଏହାର କ୍ଷମତା ରଖିଛି । ନିଜ ବେସରୁ ଥରେ ଯାତ୍ରା ଆରମ୍ଭ କଲେ ସମୁଦ୍ର ଭିତରେ ୫୦ଦିନ ରହିବା ନେଇ ଏଥିରେ ସମସ୍ତ ପ୍ରକାର ବ୍ୟବସ୍ଥା ଏବଂ ସୁବିଧା ରହିଛି ।

“ଏହା ଆମ ସମସ୍ତଙ୍କ ପାଇଁ ଗର୍ବର ମୁହୂର୍ତ୍ତ | ଏହାର ଏକ ସ୍ୱଦେଶୀ ବ୍ୟାଟେରୀ ଅଛି ଏବଂ ଏଥିରେ ସ୍ୱଦେଶୀ ତିଆରିର ଏକ ଉନ୍ନତ ଯୋଗାଯୋଗ ସୁଟ୍ ଅଛି ତେଣୁ ଏହା ‘ଆଟମୀରଭାର ଭାରତ’ର ଧାରଣାକୁ ଆଗକୁ ନେଇଛି ବୋଲି ଆଇଏନଏସ ଭେଲାର କମାଣ୍ଡିଂ ଅଫିସର କ୍ୟାପଟେନ ଅନିଶ ମାଥ୍ୟୁ କହିଛନ୍ତି |

Leave a Reply

Your email address will not be published. Required fields are marked *