ରାଜସ୍ଥାନ : ରାଜସ୍ଥାନରେ ଦିଲ୍ଲୀର ନିର୍ଭୟାକାଣ୍ଡର ପୁନରାବୃତ୍ତି ଘଟିଥିବା ଦେଖାଦେଇଛି। ଗୋଟିଏ ୧୬ ବର୍ଷର ନାବାଳିକାକୁ ଗଣଦୁଷ୍କର୍ମ ପରେ ତାର ପ୍ରାଇଭେଟ୍ ପାର୍ଟରେ ଧାରୁଆ ଅସ୍ତ୍ର ପୂରାଇଦେଇଛନ୍ତି ଦୁର୍ବୃତ୍ତ । ଖାଲି ସେତିକି ନୁହେଁ ଅତ୍ୟାଚାର କରି ରକ୍ତାକ୍ତ ଅବସ୍ଥାରେ ଏକ ଫ୍ଲାଏ ଓଭରବ୍ରିଜ୍ ଉପରୁ ତଳକୁ ଫିଙ୍ଗିଦେଇଛନ୍ତି ଯୌନ ରାକ୍ଷସ ମାନେ । ଏହିଭଳି ଏକ ଲୋକଟାଙ୍କୁରା ଘଟଣା ଘଟିଛି ରାଜସ୍ଥାନର ଅଲୱର୍ ଜିଲ୍ଲାରେ ।

ଏହି ଘଟଣା ପରେ ପୁଲିସ ବିଭାଗରେ ଆଲୋଡ଼ନ ସୃଷ୍ଟି ହୋଇଛି। ଅଭିଯୁକ୍ତକୁ ଗିରଫ କରିବା ପାଇଁ ଏସଆଇଟି ଟିମ୍ ଗଠନ କରାଯାଇଛି। କିନ୍ତୁ ଅଦ୍ୟାବଧି ଅଭିଯୁକ୍ତମାନେ ପୁଲିସ ଦ୍ୱାରା ଧରାପଡି ନାହାଁନ୍ତି।

ତେବେ ଏହି ଘଟଣା କିଛି ଦିନ ତଳର ହୋଇଥିବା ସୂଚନା ମିଳିଛି । ଚଳିତ ସପ୍ତାହ ଆରମ୍ଭରେ ଅଲୱର୍ ଓଭରବ୍ରିଜ୍ ତଳେ ଜଣେ ଯୁବତୀ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପଡ଼ିଥିବା ଦେଖିବାକୁ ମିଳିଥିଲା । ସେ ଜଣେ ବିକଳାଙ୍ଗ ହୋଇଥିବା ମଧ୍ୟ ପୋଲିସ୍ କହିଛି । ମଙ୍ଗଳବାର ଦିନ ପୀଡ଼ିତାଙ୍କୁ ପ୍ରଥମେ ଅଲୱର୍ ର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କ ଶରୀରରୁ ବହୁ ପରିମାଣରେ ରକ୍ତ ବୋହିଯାଇଥିବାରୁ ଅବସ୍ଥା ଶୋଚନୀୟ ହୋଇପଡ଼ିଥିଲା । ଏହାପରେ ବୁଧବାର ଦିନ ଜୟପୁରର ଜେ କେ ଲୋନ୍ ହସ୍ପିଟାଲକୁ ତାଙ୍କୁ ନିଆଯାଇଥିଲା । ଚିକିତ୍ସା ପରେ ସେ ସୁସ୍ଥ ଅଛନ୍ତି । ଏନେଇ ମେଡିକାଲ୍ ପକ୍ଷରୁ ସୂଚନା ପ୍ରକାଶ ପାଇଛି ।

ତେବେ ଡାକ୍ତରଙ୍କ କହିଛନ୍ତି ଯେ, ଗଣଦୁଷ୍କର୍ମ ପରେ ତାଙ୍କର ଗୁପ୍ତାଙ୍ଗରେ କୌଣସି ଧାରୁଆ ଅସ୍ତ୍ର ପୂରାଇ ଦିଆଯାଇଥିଲା । ଯାହାଫଳରେ ଇଣ୍ଟରନାଲ୍ ଇନଜ୍ୟୁରି ହୋଇଛି । ତାଙ୍କର ଇଣ୍ଟରନାଲ୍ ଅର୍ଗାନରେ ଆଘାତ ଲାଗିଥିବାରୁ ସମସ୍ୟା ସୃଷ୍ଟି ହୋଇଛି । ବର୍ତ୍ତମାନ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି । ଏହି ପରିପ୍ରେକ୍ଷୀରେ ରାଜସ୍ଥାନର ମହିଳା ଓ ଶିଶୁ ସୁରକ୍ଷା ବିକାଶ ମନ୍ତ୍ରୀ ମମତା ଭୁପେଶ ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ଓ ଅଭିଯୁକ୍ତଙ୍କୁ ଖୁବ୍ ଶୀଘ୍ର ଧରିବାକୁ କହିଛନ୍ତି ।

ସେପଟେ ପୁଲିସ ଅଭିଯୁକ୍ତକୁ ଧରିବାକୁ ଚେଷ୍ଟା କରୁଥିବା କହିଛି। ୨୫ କିଲୋମିଟର ପରିସର ମଧ୍ୟରେ ସ୍ଥାପିତ ୩୦୦ ରୁ ଅଧିକ ସିସିଟିଭି କ୍ୟାମେରାରୁ ଫୁଟେଜ ଯାଞ୍ଚ କରିଥିବା ପୁଲିସ କହିଛି। ତଥାପି ଏ ପର୍ଯ୍ଯନ୍ତ କୌଣସି ପ୍ରମାଣ ମିଳିନାହିଁ।

ପାର୍ସାଦୀ ଲାଲ ମୀନା କହିଛନ୍ତି ଯେ, ଏହି ଘଟଣାର ତଦନ୍ତ ପାଇଁ ଏକ ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ (ଏସଆଇଟି) ଗଠନ କରାଯାଇଛି ଏବଂ ଅଭିଯୁକ୍ତକୁ ଶୀଘ୍ର ଗିରଫ କରାଯାଇ କୋର୍ଟ ଚାଲାଣ କରାଯିବ। ଖୁବ ଶୀଘ୍ର ଦୋଷୀମାନକୁ ଗିରଫ କରାଯିବ ବୋଲି ରାଜସ୍ଥାନର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ମମତା ଭୁପେଶ ଆଶ୍ୱାସନା ଦେଇଛନ୍ତି।

ମମତା ଭୁପେଶ ମଧ୍ୟ ଉକ୍ତ ନାବାଳିକା ପରିବାରକୁ ୬ ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା କରିଛନ୍ତି। ୬ ଲକ୍ଷ ଟଙ୍କା ମଧ୍ୟରୁ ୫ ଲକ୍ଷ ଟଙ୍କା ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍ ଏବଂ ୧ ଲକ୍ଷ ଟଙ୍କା ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ପ୍ରଦାନ କରିଛନ୍ତି। ସେହିପରି ସାମାଜିକ ନ୍ୟାୟ ମନ୍ତ୍ରୀ ଟିକରାମ ଜୁଲି ମଧ୍ୟ ଅଲୱାରରେ ପୀଡିତାଙ୍କ ପରିବାର ସଦସ୍ୟଙ୍କୁ ୩.୫ ଲକ୍ଷ ଟଙ୍କା ଆର୍ଥିକ ସହାୟତା ଘୋଷଣା କରିଛନ୍ତି।