ବାଲିପାଟଣା : ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼ । ଛାତ୍ର କଂଗ୍ରେସ ପକ୍ଷରୁ ଅଣ୍ଡାମାଡ଼ ସହ କଳାପତାକା ପ୍ରଦର୍ଶନ । ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପ୍ରତିବାଦରେ ଛାତ୍ର କଂଗ୍ରେସ ପକ୍ଷରୁ ଏହି ଅଣ୍ଡାମାଡ଼ କରାଯାଇଛି । ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ସାଂସଦ ଯାଉଥିବା ବେଳେ ବାଲିପାଟଣା ସରିପୁର ଛକରେ ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା କିଛି ଛାତ୍ର କଂଗ୍ରେସ କର୍ମୀ ହଠାତ ଅଣ୍ଡାମାଡ଼ କରିଥିଲେ ।

ବାଲିପାଟଣା ଥାନା ସିରିପୁର ଛକ ନିକଟରେ ସାଂସଦ ଅପରାଜିତା ସଷଙ୍ଗୀଙ୍କ ଗାଡକୁ କଂଗ୍ରେସ କର୍ମୀ ମାନେ ଅଣ୍ଡାମାଡ କରିଛନ୍ତି । ଏଥିସହ ସାଂସଦଙ୍କୁ କଳାପତାକା ପ୍ରଦର୍ଶନ କରିଥିଲେ କଂଗ୍ରେସ କର୍ମୀମାନେ । ବନମାଳିପୁରରେ ଏକ କାର୍ଯ୍ୟକ୍ରମକୁ ଯୋଗଦେବାକୁ ଯିବା ସମୟରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଗାଡି ଆଗକୁ ଆସି ଛାତ୍ର କଂଗ୍ରେସର କର୍ମୀ ମାନେ ଅଣ୍ଡାମାଡ କରିଛନ୍ତି । ପେଟ୍ରୋଲ ଡିଜେଲ ଏବଂ ଗ୍ୟାସ ଦର ବୃଦ୍ଧିକୁ ନେଇ ସାଂସଦ ଅପରାଜିତାଙ୍କୁ ଅଣ୍ଡାମାଡ କରାଯାଇଛି ବୋଲି ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *