ମୁମ୍ବାଇ : କେତେକ ଖଲିସ୍ତାନୀ ସଙ୍ଗଠନ ଆତଙ୍କବାଦୀ ଆକ୍ରମଣ କରିବାର ସମ୍ଭାବନା ଥିବା କଥା ସୂଚନା ପାଇଛି ଗୁଇନ୍ଦା ବିଭାଗ । ଏହାକୁ ନେଇ ସାରା ସହରରେ ହାଇ ଆଲର୍ଟ ଜାରି କରିଛି ମୁମ୍ବାଇ ପୋଲିସ ।ସୂଚନା ପାଇବା ପରେ ମୁମ୍ବାଇ ପୁଲିସ ପ୍ରମୁଖ ରେଳଷ୍ଟେସନ୍‌ ଏବଂ ଅନ୍ୟ ସର୍ବସାଧାରଣ ସ୍ଥାନଗୁଡ଼ିକରେ ନିରାପତ୍ତା ବ୍ୟବସ୍ଥା କଠୋର କରିବା ସହ ପୁଲିସ କର୍ମଚାରୀମାନଙ୍କର ସାପ୍ତାହିକ ଛୁଟି ଏବଂ ଦୀର୍ଘକାଳୀନ ଛୁଟି ବାତିଲ କରିଛି।

ଗଣମାଧ୍ୟମକୁ ଜଣେ ପୁଲିସ ଅଧିକାରୀ କହିଛନ୍ତି, ନବବର୍ଷ ଅବ୍ୟବହିତ ପୂର୍ବରୁ ମୁମ୍ବାଇରେ ଖଲିସ୍ତାନୀ ଆତଙ୍କବାଦୀମାନେ ଆକ୍ରମଣ କରିବାର ସମ୍ଭାବନା ଥିବା ପୁଲିସକୁ ସୂଚନା ମିଳିଛି। ତେଣୁ, ଶୁକ୍ରବାର ଦିନ ‘ବନ୍ଦୋବସ୍ତ ଡିୟୁଟି’ ନିମନ୍ତେ ଆମେ ପୁଲିସ କର୍ମଚାରୀମାନଙ୍କର ସାପ୍ତାହିକ ଛୁଟି ଏବଂ ଦୀର୍ଘକାଳୀନ ଛୁଟି ବାତିଲ କରିଛୁ । ଆମେ ସଜାଗ ରହିଛୁ ଏବଂ ଡିସେମ୍ବର ୩୧ ତାରିଖ ଦିନ ସମଗ୍ର ସହର ଉପରେ ସତର୍କ ଦୃଷ୍ଟି ରଖିବୁ।