ଭୁବନେଶ୍ୱର: ରାଜ୍ୟରେ ସଂକ୍ରମଣ କମିବା ପରେ ଯାତ୍ରାଠୁ ଆରମ୍ଭ କରି ଅପେରା, ଡ୍ରାମା ଓ ମେଲୋଡିକୁ ଅନୁମତି ଦେଇଛନ୍ତି ରାଜ୍ୟ ସରକାର । ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ରାଜ୍ୟ ସରକାର ଅନୁମତି ଦେଇଛନ୍ତି । ଏନେଇ ଏସଆରସିଙ୍କ ପକ୍ଷରୁ ଜାରି ହେଲା ନୂଆ ଗାଇଡ଼ଲାଇନ୍ । ଆଜିଠାରୁ ନୂଆ ଗାଇଡ଼ଲାଇନ୍ ଲାଗୁ ନେଇ ଏସଆରସିଙ୍କ ସୂଚନା । କୋଭିଡ଼ କଟକଣା ଭିତରେ ଉତ୍ସବ ପାଳନ ନେଇ ମିଳିଲା ଅନୁମତି । ଶନିବାର ଠାରୁ ନୂଆ ଗାଇଡ୍‌ଲାଇନ ଲାଗୁ ହେବ ବୋଲି ସ୍ବତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ ସୂଚନା ମିଳିଛି।

ଏଥିପାଇଁ ଜିଲ୍ଲାପାଳ, ଏସପି ଓ ମ୍ୟୁନିସିପାଲ କମିଶନରଙ୍କଠାରୁ ଅନୁମତି ନେବାକୁ ପଡ଼ିବ । ଏଭଳି କାର୍ଯ୍ୟକ୍ରମରେ ଲୋକଙ୍କ ଭିଡକୁ ଦୃଷ୍ଟିରେ ରଖି ଅନ୍‌ଲାଇନରେ କିମ୍ବା ଅଧିକ କାଉଣ୍ଟର କରି ଟିକେଟ ବୁକିଂ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏହାସହ ଖୋଲା ପଡିଆରେ ଦୁଇ ହଜାର ଲୋକ ବସିବାକୁ ଅନୁମତି ଦିଆଯାଇଥିବା ବେଳେ ସାମାଜିକ ଦୂରତା ସହ ମାସ୍କ ପିନ୍ଧିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାସହ ଇଣ୍ଡୋର ହଲରେ ବସିବା କ୍ଷମତାର ୫୦%ରେ ସୀମିତ ରଖାଯାଇଛି। ୫୦% ଦର୍ଶକଙ୍କୁ ନେଇ ସିନେମା ହଲ ଖୋଲିବା ପାଇଁ ଅନୁମତି ଦିଆଯାଇଛି