ଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତରପ୍ରଦେଶର ଗୌତମ ବୁଦ୍ଧ ନାଗର ଜିଲ୍ଲାର ନୋଏଡା ଅନ୍ତର୍ଜାତୀୟ ବିମାନବନ୍ଦର (NIA) ର ଭିତ୍ତି ପ୍ରସ୍ତର ସ୍ଥାପନ କରିବେ । ଆଜି ଦିନ ୧ଟାରେ ଏୟାରପୋର୍ଟର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ । ରାଜ୍ୟରେ ଏହା ପଞ୍ଚମ ବିମାନ ବନ୍ଦର ହେବ । ଏହି ବିମାନବନ୍ଦର ହେବା ପରେ ଉତ୍ତରପ୍ରଦେଶ ଦେଶର ଏକମାତ୍ର ରାଜ୍ୟ ହେବ ଯେଉଁଠି ପାଞ୍ଚଟି ଅନ୍ତର୍ଜାତୀୟ ବିମାନ ବନ୍ଦର କାର୍ଯ୍ୟକ୍ଷମ ହେବ । ଏହି ବିମାନ ବନ୍ଦରଟି ୧୩ଶହ ହେକ୍ଟରରୁ ଅଧିକ ଜମିରେ ବ୍ୟାପିଛି, ବିମାନ ବନ୍ଦରର ପ୍ରଥମ ପର୍ଯ୍ୟାୟରେ ବର୍ଷକୁ ପ୍ରାୟ ୧.୨ କୋଟି ଯାତ୍ରୀ ସେବା କରିବାର କ୍ଷମତା ରହିବ ।

୨୦୨୪ସୁଦ୍ଧା ଏହି ବିମାନ ବନ୍ଦର କାମ ସମ୍ପୂର୍ଣ୍ଣ କରିବାକୁ ଲକ୍ଷ୍ୟ ରଖାଯାଇଛି । ଗ୍ରୀନ ଫିଲ୍ଡ ଏୟାରପୋର୍ଟ ନିର୍ମାଣ ଲାଗି ୮ହଜାର ୯୧୪କୋଟି ଟଙ୍କା ବ୍ୟୟବରାଦ ରହିଛି । ଯୋଗୀ ସରକାର ଏହାକୁ ଏସିଆର ସବୁଠୁ ବଡ଼ ଏୟାରପୋର୍ଟ ବୋଲି କହିଛନ୍ତି । ଏହା ରୋଜଗାର କ୍ଷମତା ବଢ଼ାଇବାରେ ସହାୟକ ହୋଇପାରିବ ବୋଲି କେନ୍ଦ୍ରମନ୍ତ୍ରୀ ଜ୍ୟୋର୍ତିରାଦିତ୍ୟ ସିନ୍ଧିଆ କହିଛନ୍ତି । ତେବେ ଏହା ପ୍ରଧାନମନ୍ତ୍ରୀ ମୋଦିଙ୍କ ସଂକଳ୍ପ ଓ ଦୁରଦୃଷ୍ଟି ଯୋଗୁଁ ସମ୍ଭବ ହୋଇପାରିଛି ବୋଲି ସେ କହିଛନ୍ତି ।

ବିମାନ ବନ୍ଦର କାର୍ଯ୍ୟକ୍ଷମ ହେବା ପରେ ଏହା ଏସିଆର ବୃହତ୍ତମ ବିମାନବନ୍ଦର ଏବଂ ବିଶ୍ୱର ଚତୁର୍ଥ ବୃହତ୍ତମ ବିମାନବନ୍ଦର ହେବ | ଟ୍ୱିଟରକୁ ନେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହି ପ୍ରକଳ୍ପ ବାଣିଜ୍ୟ, ସଂଯୋଗ ଏବଂ ପର୍ଯ୍ୟଟନକୁ ବୃଦ୍ଧି କରିବ। ଉତ୍ତରପ୍ରଦେଶ ମଧ୍ୟ ଭାରତର ଏକମାତ୍ର ରାଜ୍ୟ ହେବ ଯେଉଁଥିରେ ପାଞ୍ଚଟି ଅନ୍ତର୍ଜାତୀୟ ବିମାନବନ୍ଦର ଅଛି। ବିମାନ ବନ୍ଦରର ବିକାଶ ସଂଯୋଗକୁ ବଢାଇବ ଏବଂ ଭବିଷ୍ୟତରେ ପ୍ରସ୍ତୁତ ବିମାନ ଚଳାଚଳ କ୍ଷେତ୍ର ସୃଷ୍ଟି କରିବା ଦିଗରେ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣ ସହିତ ମେଳ ଖାଉଛି |

Leave a Reply

Your email address will not be published. Required fields are marked *