ଭୁବନେଶ୍ୱର :ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଝିଅ ଶ୍ରୁତି ପାଣିଗ୍ରାହୀ ଆଜି ଇଡିରେ ହାଜର ହୋଇଛନ୍ତି । ଟାଟାର ନାଁ ନେଇ ଫେକ୍ ନିଯୁକ୍ତି ଅଭିଯୋଗରେ ତାଙ୍କୁ ପକ୍ଷଭୁକ୍ତ କରାଯାଇଛି । ଇଡି ପକ୍ଷରୁ ବାରମ୍ବାର ନୋଟିସ୍ ପରେ ବି ହାଜର ହୋଇନଥିଲେ ଶୃତି ପାଣିଗ୍ରାହୀ । ଚତୁର୍ଥ ଥର ନୋଟିସ୍ ପରେ ଶ୍ରୃତି ଇଡି ଅଫିସ୍‌ରେ ହାଜର ହୋଇଛନ୍ତି । ପୂର୍ବତନ ଆଇଏଫଏସ ଅଭୟକାନ୍ତ ପାଠକଙ୍କ ପୁଅ ଆକାଶ ପାଠକଙ୍କ ସହ ଆର୍ଥିକ କାରବାର ନେଇ ଇଡି ପଚରାଉଚରା କରିବ । ତେବେ ପୂର୍ବରୁ ୮ କୋଟି ଟଙ୍କା ବ୍ୟାଙ୍କ କାରବାର ହୋଇଥିଲା । ପ୍ରଦୀପ ପାଣିଗ୍ରାହୀଙ୍କ ଆକାଉଣ୍ଟରୁ ଝିଅ ଆକାଉଣ୍ଟ ଏବଂ ଝିଅ ଆକାଉଣ୍ଟରୁ ଆକାଶଙ୍କ ଆକାଉଣ୍ଟକୁ ଯାଇଥିଲା ଟଙ୍କା।

ଏହାକୁ ନେଇ ଅନେକ ପ୍ରମାଣ ଇଡି ହାତରେ ଲାଗିଥିଲା । ସେହି ପ୍ରମାଣ ଆଧାରରେ ଇଡି ପ୍ରଥମେ ଆକାଶ ପାଠକଙ୍କୁ ଝାଡପଡ଼ା ଜେଲରେ ପଚରାଉଚରା କରିସାରିଛି । ଏହି ଲିଙ୍କରେ ଶ୍ରୁତି ପାଣିଗ୍ରାହୀଙ୍କ ସଂପୃକ୍ତି ଥିବା ଖବର ମିଳିଛି । ଯେଉଁ ୮ କୋଟି ଟଙ୍କା ବ୍ୟାଙ୍କ କାରବାର ହୋଇଥିବା, ସେଥିରୁ କିଛି ଟଙ୍କା ଶ୍ରୁତିଙ୍କ ବ୍ୟାଙ୍କ ଆକାଉଣ୍ଟକୁ ମଧ୍ୟ ଯାଇଥିଲା । କିନ୍ତୁ କେତେ ଟଙ୍କା ଶ୍ରୁତିଙ୍କ ଆକାଉଣ୍ଟକୁ ଯାଇଥିଲା, ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ଭାବେ କୁହାଯାଇନାହିଁ । ଏହି ଟଙ୍କା କାରବାର ଉପରେ ଅଧିକ ପଚରାଉଚରା କରିବା ପାଇଁ ଶ୍ରୁତିଙ୍କୁ ସମନ କରିଥିଲା ଇଡି ।

Leave a Reply

Your email address will not be published. Required fields are marked *